ଇସଲାମାବାଦ: ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଥିଲେ । ଆଉ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଥିଲେ । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ସେ ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ହରାଇ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ।

Advertisment

ସ୍ବର୍ଣ୍ଣ ଜିତିବା ପରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଛନ୍ତି ନଦୀମ। ଏମଧ୍ୟରେ ତାଙ୍କର ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ‌ସେ ନିଜ ଆଗାମୀ ଯୋଜନା ବିଷୟରେ କହିଛନ୍ତି। ସାକ୍ଷାତକାରରେ ତାଙ୍କୁ ପଚରାଯାଉଛି ଯେ, ଏବେ ଆଗକୁ ଯୋଜନା କ’ଣ? ଉତ୍ତରରେ ନଦୀମ କହୁଛନ୍ତି, "ଏବେ ତ ମୋତେ ଯାହା ଟଙ୍କା ମିଳୁଛି, ତାକୁ ଜମା କରିବାର ଅଛି। ପରେ ଦେଖିବା କ’ଣ ହେଉଛି। ମୋର ଇଚ୍ଛା ହେଉଛି ମୋର ପିତାମାତା, ପିଲା ଏବଂ ପତ୍ନୀଙ୍କ ସହ ହଜ୍ ତୀର୍ଥଯାତ୍ରା କରିବା। ଦେଖିବ‌ା କେବେ ଏହା ଘଟିବ।”

ତେବେ ନଦୀମଙ୍କ ଟଙ୍କା ଜମା କରିବାର ବୟାନକୁ ନେଇ ଲୋକେ ହସିବା ଆରମ୍ଭ କରିଛନ୍ତି।