ଲାହୋର: ବିଶ୍ବକପ୍ ପରେ ପାକିସ୍ତାନ କ୍ରିକେଟ୍ରେ ବଡ଼ ଧରଣର ପରିବର୍ତନ ହେବ। ପ୍ରଶିକ୍ଷକ ମିକି ଆର୍ଥର ଏବଂ ମୁଖ୍ୟ ଚୟନକର୍ତା ତଥା ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକଙ୍କ ସହ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତୁଟାଇବ। ପିସିବି ମଙ୍ଗଳବାର ଏହି ସଙ୍କେତ ଦେଇଛି। ଆର୍ଥର ଓ ଇଞ୍ଜାମାମଙ୍କ ଚୁକ୍ତି ଅବଧି ଆସନ୍ତା ଜୁଲାଇ ମଧ୍ୟଭାଗରେ ଶେଷ ହେବାକୁ ଯାଉଛି। ଉଭୟଙ୍କ ଚୁକ୍ତିର ଆଉ ନବୀକରଣ କରାଯିବ ନାହିଁ ବୋଲି ନିଜ ନାମ ଗୋପନ ରଖି ପିସିବିର ଜଣେ ବରିଷ୍ଠ କର୍ମକର୍ତା ନିଜ ନାମ ଗୋପନ ରଖି କହିଛନ୍ତି। ପାକିସ୍ତାନର ଅନ୍ୟତମ ପୂର୍ବତନ ଅଧିନାୟକ ଆମିର ସୋହେଲ ଗତ ୩ ବର୍ଷ ହେବ ମୁଖ୍ୟ ଚୟନକର୍ତା ଥିବା ଇଞ୍ଜିଙ୍କ ସ୍ଥାନ ନେଇପାରନ୍ତି। ତେବେ ପିସିବିର ନୂଆ ପରିଚାଳନା ନିର୍ଦେଶକ ତଥା କିମ୍ବଦନ୍ତୀ ଦ୍ରୁତ ବୋଲର ୱାସିମ ଆକ୍ରମ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସୋହେଲ ଏହା ପୂର୍ବରୁ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତା ଥିଲେ। ୨୦୧୬ରୁ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ଆର୍ଥର ତାଙ୍କ ପଦ ଜାରି ରଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଏହି ବିଷୟରେ ନ ଭାବି ବିଶ୍ବକପ୍ ଉପରେ ଧ୍ୟାନ ଦେବାକୁ ତାଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଆର୍ଥର ଓ ଇଞ୍ଜାମାମଙ୍କଠୁ ଅଲଗା ହେବ ପିସିବି
/sambad/media/post_attachments/wp-content/uploads/2019/05/pcbpakistan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)