ଭାରତର ବିଜୟଧାରାକୁ ତିନି ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ବି ରୋକିବା ଭ୍ରମଣକାର ଅଷ୍ଟ୍ରେଲିଆ ପାଇଁ କାଠିକର ପାଠ ହେବ। ଫର୍ମାଟ୍ (୨୦ ଓଭର ବିଶିଷ୍ଟ) ଛୋଟ ହୋଇଥିଲେ ମଧ୍ୟ ଉଭୟ ଦଳର ସାମର୍ଥ୍ୟ ହିଁ ଫରକ୍ ପକାଇବ। ଯେପର୍ଯ୍ୟନ୍ତ ସେମାନେ ଠିକ୍ ଭାବେ ସ୍ପିନ୍କୁ ଖେଳିନପାରିବେ, ସେପର୍ଯ୍ୟନ୍ତ ଭାରତ ଆଧିପତ୍ୟ ବିସ୍ତାର କରି ଚାଲିଥିବା। ଭାରତୀୟ ଦଳକୁ ଆଶିଷ ନେହେରାଙ୍କ ପ୍ରତ୍ୟାବର୍ତନରେ ମୁଁ ଖୁବ୍ ଖୁସୀ। ଅନ୍ୟତମ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ବୋଲର ଭାବେ ଜସ୍ପ୍ରିତ୍ ବୁମ୍ରାଙ୍କ ସହିତ ବାମହାତୀ ନେହେରା ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହେବେ। ଭାରତୀୟ ସ୍ପିନରମାନେ ମଧ୍ୟ ପୁଣି ଥରେ ଭ୍ରମଣକାରୀ ଦଳର ନିଦ ହଜାଇଦେବେ। ଫଳରେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଖୁବ୍ ଶୀଘ୍ର ଶିକ୍ଷା ଲାଭ କରି ନିଜ ନିଜର ତ୍ରୁଟି ସଜାଡ଼ିନେବା ଉଚିତ। ସେମାନଙ୍କ ସଟ୍ ବାଛିବା ଅତି ମାମୁଲି ହୋଇଯାଇଛି। ବିଶେଷକରି ସ୍ପିନ୍ ବିପକ୍ଷରେ ଦୁର୍ବଳତା ହିଁ ବିଫଳତାର କାରଣ ପାଲଇଟିଛି। ମୋ ମତରେ ଭିଭିଏସ୍ ଲକ୍ଷ୍ମଣଙ୍କ ବ୍ୟତୀତ ଆଉ କେହି ସ୍ପିନ୍ ବିପକ୍ଷରେ ଦମ୍ଦାର ଖେଳି ବହୁଦିନ ପର୍ଯ୍ୟନ୍ତ ସଫଳତା ହାସଲ କରିବାର ନଜିର ମୁଁ ଦେଖିନାହିଁ। ମୁଁ ବୁଝିପାରୁନାହିଁ, ଜଣେ ଖେଳାଳି ସମାନ ପରିବେଶରେ ଏକାଧିକ ମ୍ୟାଚ୍ ଖେଳିବା ସତ୍ତ୍ୱେ ବାରମ୍ବାର ସମାନ ଧରଣର ତ୍ରୁଟି କରେ କିପରି। ଟ୍ରାଭିସ୍ ହେଡ୍ ଓ ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍ଙ୍କ ଭଳି ଖେଳାଳି ଯଦି କ୍ରିଜ୍ରେ କିଛି ସମୟ ରୁହନ୍ତି, ତେବେ ଅଷ୍ଟ୍ରେଲିଆ ନିଶ୍ଚିତ ଭାରତ ଉପରେ ଚାପ ପକାଇପାରିବ। ତେବେ ଏ ଦୁହେଁ ଲ ଫର୍ମରେ ନାହାନ୍ତି। ତଥାପି ଏକମାତ୍ର ଖେଳାଳି ମାର୍କସ୍ ଷ୍ଟୋଇନିସ୍ଙ୍କ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ମୁଁ ଆଶାକରେ, ଅନ୍ୟମାନେ ତାଙ୍କଠୁ ନିହାତି ଶିକ୍ଷା କରିବା ଉଚିତ।
ଅଷ୍ଟ୍ରେଲିଆ ତା’ର ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ବିନା ଏହି ଶୃଙ୍ଖଳା ଖେଳିବ। ଆହୁରି ୫୦ ଦିନ ଥିବା ସତ୍ତ୍ୱେ ଆସେସ୍ ପ୍ରସ୍ତୁତି ପାଇଁ କମିନ୍ସଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ସ୍ୱଦେଶ ଫେରାଇ ନିଆଯାଇଛି। ଏଭଳି ନିଷ୍ପତ୍ତି ମୋତେ ଚକିତ କରିଛି। ଗତ ଦେଢ଼ବର୍ଷ ଭିତରେ ଅଷ୍ଟ୍ରେଲିଆ ୧୫ ମ୍ୟାଚ୍ରୁ ୧୪ରେ ହାରିଗଲାଣି। ଫଳରେ ସ୍ମିଥଙ୍କ ଉପରେ ପ୍ରବଳ ଚାପ ରହିଛି। ଏଥିରୁ ସେ କିପରି ମୁକୁଳିବେ ତାହା ଦେଖିବା କଥା। ତେବେ ଟେଷ୍ଟ ଓ ଦିନିକିଆ ଭଳି ଟେ୍ଵଣ୍ଟି-୨୦ରେ ବି ମୋ ମତରେ ଭାରତ ସବୁଠୁ ପସନ୍ଦର ଦଳ ରହିବ। କେଉଁ ଖେଳାଳି ବାଦ୍ ପଡ଼ିଛନ୍ତି ଓ କିଏ ସାମିଲ ହୋଇଛନ୍ତି ତାହାର କିଛି ପ୍ରଭାବ ଦଳ ଉପରେ ପଡ଼ିବନି। (ଗେମ୍ପ୍ଲାନ୍)
ସ୍ପିନ୍କୁ ଖେଳି ନପାରିଲେ ଭାଗ୍ୟ ସୁଧୁରିବନି: ସୌରଭ ଗାଙ୍ଗୁଲି
/sambad/media/post_attachments/wp-content/uploads/2017/10/sourav_070815072116.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)