ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ଶେଷଥର ପାଇଁ ୧୧ ଅକ୍ଟୋବର ୨୦୨୧ରେ ଏଲିମିନେଟର ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏଲିମିନେଟର ମ୍ୟାଚରେ ଦଳ ୪ ୱିକେଟରେ ପରାଜିତ ହୋଇଥିଲା । ଏହାପରେ କୋହଲି ଆରସିବିର ଅଧିନାୟକ ପଦ ଛାଡି ଦେଇଥିଲେ ।
ପରବର୍ତ୍ତୀ ସମୟରେ କୋହଲି ଭାରତୀୟ ଦଳର ଅଧିନାୟକ ପଦ ମଧ୍ୟ ଛାଡିଥିଲେ । ଏହା ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲା। କିନ୍ତୁ ଦୀର୍ଘ ଦିନ ପରେ ପୁଣିଥରେ କୋହଲିଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିଛି ।
ଗୁରୁବାର ଅପରାହ୍ଣରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଆର୍ସିବି ପକ୍ଷରୁ ବିରାଟ କୋହଲି ଏବଂ ଫାପ୍ ଡୁ ପ୍ଲେସିସ ପ୍ରଥମ ୱିକେଟ୍ ପାଇଁ ୧୬ ଓଭରରେ ୧୩୭ ରନ୍ ଉଠାଇଥିଲେ। ଡୁ ପ୍ଲେସିସ୍ ୩୧ ବଲ୍ରୁ ଏବଂ କୋହଲି ୪୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଏହି କ୍ରମରେ ୬୦୦ ଚୌକା ମାରିବାରେ କୋହଲି ତୃତୀୟ ବୋଲି କୁହାଯାଉଛି।
କୋହଲି ଅର୍ଦ୍ଧଶତକ ପୂର୍ଣ୍ଣ ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭଚ୍ଛୋ ବାର୍ତ୍ତା ଆସୁଛି। ଏହି କ୍ରମରେ ସୋସିଆଲ ମିଡିଆରେ କୋହଲିଙ୍କ ଏକ ନୂଆ ରୂପ ବି ଦେଖିବାକୁ ମିଳୁଛି। କୋହଲି ବାସ୍ତବରେ ଦିଲ୍ଲୀ ପଞ୍ଜାବୀ ଯୁବକ ରହିଛନ୍ତି। କିନ୍ତୁ ତାଙ୍କୁ ସୋସିଆଲ ମିଡିଆରେ ରାଜସ୍ଥାନୀ ବେଶରେ ଦେଖିବାକ ମିଳୁଛି।
ଏମିତି ବେଶରେ ଜଣେ କଳାକାର କୋହଲିଙ୍କୁ ଡିଜିଟାଲ ଆପ ମାଧ୍ୟମରେ ସଜାଇଥିବା ଜଣାପଡ଼ିଛି। କୋହଲିଙ୍କ ଏମିତି ବେଶକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବି ବେଶ ପସନ୍ଦ କରୁଛନ୍ତି।
View this post on Instagram
ଉକ୍ତ କଳାକାର ଜଣକଙ୍କ ନାମ ତେଜୁ ଜାଙ୍ଗିଡ଼ି। ସେ କୋହଲିଙ୍କୁ ରାଜସ୍ଥାନୀ ବେଶରେ ସଜାଇ ନିଜ ଇନଷ୍ଟାଗ୍ରାମରେ ତାହାର ଏକ ଫଟୋ ସେୟାର କରିଛନ୍ତି।