ବାହାହେଲେ ଅରୁଣ ଲାଲ

କୋଲ୍‌କାତା: ପୂର୍ବତନ ଭାରତୀୟ କ୍ରିକେଟର୍‌ ଅରୁଣ ଲାଲ ମେ’ ୨ ତାରିଖ (ସୋମବାର) ବୁଲ୍‌ବୁଲ୍‌ ସାହାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ହାତଗଣ୍ଠି ପଡ଼ିବା ମାତ୍ରେ ବିବାହ ଉତ୍ସବର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଥିଲା। ବିବାହ ଉତ୍ସବ କୋଲ୍‌କୋତାର ପିଅରଲେସ୍‌ ଇନ୍‌ ପରିବାର ଓ ଅତି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ହୋଇଥିଲା। ବିବାହ ବେଳେ ଅରୁଣ ଜ୍ୟାକେଟ୍‌ ଓ କୁର୍ତା ପାଇଜାମା ଏବଂ ବୁଲ୍‌ବୁଲ୍‌ ଶାଢ଼ୀ ପିନ୍ଧି ଥିଲେ। ଏପ୍ରିଲ ୨୬ ତାରିଖ ଉଭୟଙ୍କ ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଅରୁଣ ସଂପ୍ରତି ବେଙ୍ଗଲ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଥିଲା ବେଳେ ବୁଲ୍‌ବୁଲ୍‌ ପେସାରେ ଜଣେ ଶିକ୍ଷୟିତ୍ରୀ। ସୂଚନାଯୋଗ୍ୟ ଯେ ପ୍ରଥମ ପତ୍ନୀ ରୀନା ଅସୁସ୍ଥ ହୋଇପଡ଼ିଲେ। ରୀନାଙ୍କ ସେବା କରିବା ଲାଗି ଅରୁଣ ଦ୍ବିତୀୟ ବିବାହ ଲାଗି ଇଚ୍ଛୁକ ହୋଇଥିଲେ। ବିବାହ ପରେ ରୀନାଙ୍କ ସେବା ଦ୍ବିତୀୟ ପତ୍ନୀ ବୁଲ୍‌ବୁଲ୍‌ କରିବେ ବୋଲି କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ।

ସମ୍ବନ୍ଧିତ ଖବର