ଧୋନିଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ : ଏବେ କ୍ରିକେଟରୁ ଅବସର ନେବେ ନାହିଁ ଧୋନି, ସୂଚନା ଦେଲେ ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ

ନୂଆଦିଲ୍ଲୀ : ଏବେ ଶେଷ ହେବନି ଧୋନିଙ୍କ କ୍ରିକେଟ କ୍ୟାରିୟର। ଧୋନି କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ।

The Financial Express

ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ କହିଛନ୍ତି, ଏବେ କ୍ରିକେଟରୁ ଅବସର ନେବା ନେଇ ଧୋନି ସେଭଳି କୌଣସି ନିଷ୍ପତି ନେଇନାହାନ୍ତି। ଆଉ ଅରୁଣଙ୍କ ଏହି ବୟାନ ଧୋନି ଫ୍ୟାନଙ୍କୁ ବେଶ ଖୁସି କରିଛି। କାରଣ ବିଶ୍ୱକପରେ ଧୋନିଙ୍କ ଧୀମା ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ କିଛି ପୂର୍ବତନ କ୍ରିକେଟର। ଏପରିକି ଧୋନି ଅବସର ନେଇଯିବା ଆବଶ୍ୟକ ବୋଲି କିଛି କ୍ରିକେଟର ମତ ରଖିଥିଲେ।

deccanherald.com

ଏସବୁ ଭିତରେ ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମ୍ ଘୋଷଣା ପୂର୍ବରୁ ଧୋନି କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଧୋନିଙ୍କୁ ଟିମରେ ସାମିଲ କରାଯିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଭଳି ଚର୍ଚ୍ଚା ମଧ୍ୟରେ ଅରୁଣଙ୍କ ବୟାନ ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି।

ସମ୍ବନ୍ଧିତ ଖବର