ମେଲବୋର୍ଣ୍ଣ: ଜିମ୍ନାଷ୍ଟିକ୍ ବିଶ୍ୱ କପ୍ରେ ପଦକ ଜିତି ହାଇଦ୍ରାବାଦ୍ର ଅରୁଣା ବି ରେଡ୍ଡି ଇତିହାସ ରଚିଛନ୍ତି। ସେ ମହିଳା ବୋଲ୍ଟ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟ ଅରୁଣା ମେଲବୋର୍ଣ୍ଣର ହିସେନ୍ସେରେ ୧୩.୬୪୯ ନମ୍ବର ପାଇଁ କାଂସ୍ୟ ପଦକ ଜିତିଛନ୍ତି। ସ୍ଲୋଭାନିଆର ଟିଜେସା କିସେଲ୍ଫ ୧୩.୮୦୦ ନମ୍ବର ପାଇ ସ୍ୱର୍ଣ୍ଣପଦକ, ଅଷ୍ଟ୍ରେଲିଆର ଏମିଲି ହ୍ଵାଇଟ୍ହେଡ ୧୩.୬୯୯ ନମ୍ବର ପାଇ ରୌପ୍ୟ ପଦକ ହାସଲ କରିଛନ୍ତି।
ଜିମ୍ନାଷ୍ଟିକରେ ଗୋଟିଏ ବର୍ଷରେ ଅନେକ ଗୁଡ଼ିଏ ବିଶ୍ୱ କପ୍ ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଭାରତୀୟ ଜିମ୍ନାଷ୍ଟିକ୍ ସଂଘର ଏକ ଗୋଷ୍ଠୀର ଜଣେ ସଚିବ ଶାନ୍ତିକୁମାର ସିଂହ କହିଛନ୍ତି, ‘ଅରୁଣା ବିଶ୍ୱ କପ୍ରେ ପଦକ ବିଜୟ ଲାଭ କରିବାରେ ପ୍ରଥମ ଓ ଏକ ମାତ୍ର ଭାରତୀୟ ମହିଳା ହୋଇ ପାରିଛନ୍ତି।’ ତାଙ୍କର ସଫଳତାକୁ ନେଇ ଆମେ ଗର୍ବିତ।
ସୂଚନାଯୋଗ୍ୟ ଦୀପା କର୍ମାକର ୨୦୧୬ ରିଓ ଅଲମ୍ପିକରେ ମହିଳା ବୋଲ୍ଡ ବିଭାଗରେ ୪ର୍ଥ ସ୍ଥାନରେ ଥିଲେ। ସେ ଏସୀୟ ଚମ୍ପିଅନ୍ସିପ୍ ଓ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ କାଂସ୍ୟ ପଦକ ଜିତି ଥିଲେ। କିନ୍ତୁ ସେ ବିଶ୍ୱ କପ୍ ସ୍ତରରେ କୌଣସି ପଦକ ଜିତି ନାହାଁନ୍ତି।