ରୁଟ୍‌ଙ୍କ ପାଇଁ ‘ଅରୁଣ’ ରଣନୀତି

ଚେନ୍ନାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ବୋଲରମାନେ ଏହି ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥ୍‌ଙ୍କୁ ହାତଖୋଲା ସଟ୍ ଖେଳିବାର ସୁଯୋଗ ଦେଇନଥିଲେ। ତାଙ୍କ ରନ୍ ସଂଗ୍ରହ ଧାରାକୁ ଚାରିପଟରୁ ରୋକି ସଫଳତା ଅର୍ଜନ କରିଥିଲେ। ଏବେ ସେମାନଙ୍କ ସମ୍ମୁଖରେ ‘ଜୋ ରୁଟ୍’ ଆହ୍ବାନ ଉପନୀତ ହୋଇଛି। ଗତ ଚାରିଟି ପାଳିରୁ ଗୋଟିଏ ଦ୍ବିଶତକ ସହ ରୁଟ୍ ୧୦୬.୫୦ ହାରରେ ୪୨୬ ରନ୍ କରିବା ମଧ୍ୟ ଭାରତୀୟ ‌ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଘରୋଇ ପରିବେଶରେ ରୁଟ୍‌ଙ୍କୁ ଘାଇଲା କରିବା ଲାଗି ଏବେଠାରୁ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଲାଗି ପଡ଼ିଛନ୍ତି।

ରୁଟ୍‌ଙ୍କ ଦୁର୍ବଳତାକୁ ତର୍ଜମା କରାଯାଇ ତଦନୁଯାୟୀ ଯୋଜନା ପ୍ରସ୍ତୁତ କରାଯାଇଥିବା ମଧ୍ୟ ଅରୁଣ ପ୍ରକାଶ କରିଛନ୍ତି। ରୁଟ୍ ଏବେ ଚମତ୍କାର ଫର୍ମରେ ଥିଲା ବେଳେ କେବଳ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବୋଲର ଏହି ଶୃଙ୍ଖଳା ପାଇଁ ଉପଲବ୍ଧ ଥିବାରୁ ସେ ଟିକିଏ ଆଶ୍ବସ୍ତ ଅଛନ୍ତି। ଏଥିନେଇ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅରୁଣଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ ହୋଇସାରିଛି। ସ୍ମିଥ୍‌ଙ୍କ ଭଳି ରୁଟ୍‌ ମଧ୍ୟ ଯେଭଳି ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବେ ତାକୁ ଆଖି ଆଗରେ ରଖି ଯୋଜନା କରାଯାଇଛି। ଏହି କ୍ଷେତ୍ରରେ ରୁଟ୍‌ଙ୍କ କ୍ୟାରିୟର ପରିସଂଖ୍ୟାନ, ଶକ୍ତି ଏବଂ ଦୁର୍ବଳତାକୁ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ତର୍ଜମା ବି କରାଯାଉଛି।

ସମ୍ବନ୍ଧିତ ଖବର