ଭୁବନେଶ୍ୱର: ଶ୍ରୀଲଙ୍କାରେ ଚାଲିଥିବା ଏସୀୟ ସ୍କୁଲ ଚେସ୍ ପ୍ରତିଯୋଗିତା ରାପିଡ୍ ବର୍ଗରେ ଓଡ଼ିଆ ଖେଳାଳି ଆରୁଷୀ ଶ୍ରୀଚନ୍ଦନ ୭ ରାଉଣ୍ଡରୁ ମୋଟ୍ ୫.୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିବା ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଆରୁଷୀଙ୍କ ଏହି ସଫଳତା ପାଇଁ ରାଜ୍ୟ ଚେସ୍ ସଂଘ (ଏଓସିଏ), ମାଷ୍ଟର ଚେସ୍ ଫାଉଣ୍ଡେସନ, ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ, ଫିଡେ ଆର୍ବିଟର ଭବେଶ ମହାନ୍ତିଙ୍କ ସମେତ ଚେସ୍ ମହଲରୁ ସ୍ୱାଗତ କରାଯାଇଛି।
ଏସୀୟ ସ୍କୁଲ ରାପିଡ୍ ଚେସ୍ରେ ଆରୁଷୀଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2018/07/3-Arushi_Chess.jpg)