ଭୁବନେଶ୍ବର: ପାରାମାଉଣ୍ଟ୍ ସ୍ପୋର୍ଟିଂ କ୍ଲବ୍ ଦ୍ବାରା ଆୟୋଜିତ ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍ ଅନ୍ତଃକ୍ଲବ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍କୁ ଭେଟିବ ଏମ୍ସିସି। ରାଇଜିଂ ଷ୍ଟୁଭେଣ୍ଟ୍ ଶୁକ୍ରବାର ଫାଇନାଲ୍ରେ ପ୍ରବେଶ କରିଥିଲା ବେଳେ ଶନିବାର ସହିଦ ସ୍ପୋର୍ଟିଂକୁ ଏକତରଫା ଭାବେ ୮ ୱିକେଟ୍ରେ ପରାସ୍ତ କରି ଏମ୍ସିସି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛି।
ଶନିବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଏମସିସି ଟସ୍ ଜିତି ସହିଦ ସ୍ପୋର୍ଟିଂକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସହିଦ ସ୍ପୋର୍ଟିଂ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୮.୪ ଓଭରରେ ମାତ୍ର ୧୧୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଦେବଜ୍ୟୋତି ପଟ୍ଟନାୟକ ସର୍ବାଧିକ ୪୧ ରନ୍ କରିଥିଲେ। ଏହାର ଜବାବରେ ଏମ୍ସିସି ଅନୁରାଗ ଷଡ଼ଙ୍ଗୀଙ୍କ ୭୨* ରନ୍ ବଳରେ ୨୦.୪ ଓଭରରେ ୨ ୱିକେଟ୍ ହରାଇ ୧୧୯ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶରତ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ଜେନା ଓ ଅଭିଷେକ ମହାନ୍ତି ଖେଳ ପରିଚାଳନା କରିଥିଲେ। ହର୍ଷିତ ରାଠୋଡ (୪/୧୨) ଘାତକ ବୋଲିଂ କରି ଗାୟତ୍ରୀ ଡଚ୍ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ଜାନକୀନାଥ ପରିଡ଼ାଙ୍କଠାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ।
ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍ କ୍ରିକେଟ୍: ଫାଇନାଲ୍ରେ ଏମ୍ସିସି-ରାଇଜିଂ
ପାରାମାଉଣ୍ଟ୍ ସ୍ପୋର୍ଟିଂ କ୍ଲବ୍ ଦ୍ବାରା ଆୟୋଜିତ ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍ କପ୍ ଅନ୍ତଃକ୍ଲବ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍କୁ ଭେଟିବ ଏମ୍ସିସି। ରାଇଜିଂ ଷ୍ଟୁଭେଣ୍ଟ୍ ଶୁକ୍ରବାର ଫାଇନାଲ୍ରେ ପ୍ରବେଶ କରିଥିଲା...
/sambad/media/media_files/2025/06/08/mBHtgkN0Ap1Q7XNWtn6l.jpg)