ଏସୀୟ ଯୁବ ହ୍ୟାଣ୍ଡ୍‌ବଲ୍‌ ଦଳରେ ଆର୍ଯ୍ୟନ୍‌

ଭୁବନେଶ୍ବର: ବାହାରିନ୍‌ର ମାନାମାଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନବମ ଏସୀୟ ଯୁବ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ଆର୍ଯ୍ୟନ୍‌ ବ୍ରାହ୍ମିନ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେବା ପାଇଁ ଭାରତୀୟ ଦଳ ଗୁରୁବାର ଦିଲ୍ଲୀରୁ ବାହାରିନ ଯାତ୍ରା କରିଛି। ୫ ବର୍ଷ ଧରି ଆର୍ଯ୍ୟନ୍‌ ଜାତୀୟ ଦଳର ନିୟମିତ ସଦସ୍ୟ ରହିଆସୁଛନ୍ତି। ଆର୍ଯ୍ୟନ୍‌ ଭାରତୀୟ ଦଳରେ ସ୍ଥାନ ବଜାୟ ରଖିଥିବାରୁ ଭୁବନେଶ୍ବର ହ୍ୟାଣ୍ଡବଲ୍‌ ସଂଘ ସଂପାଦକ ପ୍ରଶାନ୍ତ କୁମାର ନାୟକ ଓ ଓଡ଼ିଶା ଆଡ୍‌ହକ୍‌ କମିଟିର ଅଧ୍ୟକ୍ଷ ଋତିକ୍‌ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର