ଭୁବନେଶ୍ବର: ହରିଆନାର ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଗୁରୁବାର ଓଡ଼ିଶାକୁ ଆଉ ଗୋଟିଏ ପଦକ ମିଳିଛି। ପୁରୁଷ ୨୦୦ ମିଟର ଦୌଡ଼ରେ ଆର୍ଯ୍ୟନ ଏକ୍କା ରୌପ୍ୟ ପଦକ ଜିତିଛନ୍ତି। ସେ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରି ୨୨.୧୦ ସେକେଣ୍ଡ ସମୟରେ ରେସ୍ ଶେଷ କରି ଓଡ଼ିଶାକୁ ପଦକ ଭେଟି ଦେଇଛନ୍ତି। ତାଙ୍କ ଲଢ଼ୁଆ ମନୋଭାବ ପାଇଁ ଆର୍ଯ୍ୟନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଓଡ଼ିଶା ବାଳିକା ହକି ଦଳ ଫାଇନାଲ୍ରେ ପହଞ୍ଚିଯାଇଛି। ଗୁରୁବାର ଓଡ଼ିଶା ଦଳ ୬-୧ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ସେହିପରି ଖୋ-ଖୋରେ ଓଡ଼ିଶା ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଓଡ଼ିଶା ଦଳ ନିଜର ପ୍ରଥମ ମ୍ୟାଚ୍ରେ ଛତିଶଗଡ଼କୁ ଏକ ପାଳି ଓ ୩ ପଏଣ୍ଟରେ ପରାସ୍ତ କରିଦେଇଛି।
ଆର୍ଯ୍ୟନଙ୍କ ପଦକ ଅମଳ ପରେ ଓଡ଼ିଶା ଏପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ମୋଟ ୫ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ) ପଦକ ହାସଲ କରିସାରିଛି। ଏହା ପୂର୍ବରୁ ଭାରୋତ୍ତୋଳନରେ କୁଲ୍ଦୀପ ସାହୁ ଏବଂ ପୁନିତ ଚନ୍ଦ୍ର ସାହୁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା ବେଳେ ଏ ଗ୍ରାସେସନ ଜୀଭା ପୁରୁଷ ୧୧୦ ମିଟର ବାଧାଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ଲମ୍ବ ଡିଆଁରେ ସବିତା ଟପ୍ପୋ କାଂସ୍ୟ ପଦକ କରାୟତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/d465d465g4ad65g4d6a54ddagddgg.jpg)