ଆସାମଠୁ ମଧ୍ୟ ହାରିଲା ଓଡ଼ିଶା

୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦

କଟକ: ଗୌହାଟୀରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦ରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଶନିବାର ବେଙ୍ଗଲ ନିକଟରୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିବା ଓଡ଼ିଶା ରବିବାର ଆସମଠୁ ମଧ୍ୟ ହାରିଯାଇଛି। ଏପରିକି ଆସାମ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଫଳରେ ଆସାମ ଏହି ମ୍ୟାଚକୁ ୪ ଓ୍ଵିକେଟ୍‌ରେ ଜିତିନେଇଥିଲା। ଟସ୍‌ ହାରିଥିବା ଓଡ଼ିଶା ୧୮.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୫୬ ରନ୍‌ କରିଥିଲା। ବ୍ୟକ୍ତିଗତ ସର୍ବାଧିକ ରନ୍‌ ସଙ୍ଗୀତା ଖଡ଼ିଆ (୯) ଓ ପୁନମ ନାୟକ (୯)ଙ୍କ ନାମରେ ରହିଥିଲା। ଜବାବରେ ଆସାମ ୧୭.୩ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ସମ୍ବନ୍ଧିତ ଖବର