ଆଶିଷ ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ବନ୍ଧୁକଚାଳନା ପ୍ରଶିକ୍ଷକ

ଭୁବନେଶ୍ୱର: ଆଶିଷ ନାୟକ ପ୍ରଥମ ଓଡ଼ିଆ ଭାବେ ଆନ୍ତର୍ଜାତିକ ବନ୍ଧୁକଚାଳନା ପ୍ରଶିକ୍ଷକ ଭାବେ ସ୍ୱୀକୃତି ଲାଭ କରିଛନ୍ତି। ଓଡ଼ିଶା ରାଇଫଲ୍‌ ସଂଘ ଦ୍ୱାରା ମନୋନୀତ ହୋଇ ଆଶିଷ ଦିଲ୍ଲୀରେ ଆନ୍ତର୍ଜାତୀୟ ପ୍ରଶିକ୍ଷକ ପାଠ୍ୟକ୍ରମ ପରୀକ୍ଷାରେ ଭାଗ ନେଇଥିଲେ। ଆନ୍ତର୍ଜାତୀୟ ବନ୍ଧୁକ ଚାଳନା ସଂଘ ଦ୍ୱାରା ଆୟୋଜିତ ଏହି ପାଠ୍ୟକ୍ରମ ପରୀକ୍ଷାରେ ଆଶିଷ କୃତକାର୍ଯ୍ୟ ହୋଇଛନ୍ତି। ଆଶିଷ ଏହା ପୂର୍ବରୁ ବହୁବାର ଜାତୀୟ ସଂଘ ପକ୍ଷରୁ ରିନାଉନ୍‌ଡ ସଟ୍‌ (କୃତୀ ବନ୍ଧୁକଚାଳକଙ୍କୁ ପ୍ରଦାନ କରାଯାଇଥାଏ) ପାଇଥିଲେ। ଏବେ ଆନ୍ତର୍ଜାତିକ ପ୍ରଶିକ୍ଷକ ସ୍ୱୀକୃତି ପାଇଥିବାରୁ ଆଶିଷଙ୍କୁ ଓଡ଼ିଶା ରାଇଫଲ୍‌ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର