ପର୍ଥ: ବିଶ୍ବ କ୍ରିକେଟ୍‌ର ଦୁଇ ବଡ଼ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆସେସ୍‌ ଟେଷ୍ଟ୍‌ ଶୃଙ୍ଖଳା ଶୁକ୍ରବାରଠୁ ପର୍ଥର ଅପ୍‌ଟସ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଉଭୟ ଦଳ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଜିତିବାକୁ ଭୋକିଲା ଅଛନ୍ତି। ଆହତ ଯୋଗୁଁ ଦୁଇ ତାରକା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋସ୍‌ ହାଜେଲଉଡ୍‌ଙ୍କ ବିନା ଅଷ୍ଟ୍ରେଲିଆ ଏହି ଶୃଙ୍ଖଳା ଖେଳିବ। ଅନ୍ୟପକ୍ଷରେ ମାର୍କ ଉଡ୍‌ ଓ ଜୋଫ୍ରା ଆର୍ଚର ଦଳକୁ ଫେରିବା ଇଂଲଣ୍ଡକୁ ଶକ୍ତି ଯୋଗାଇଛି। ଆୟୋଜକ ଅଷ୍ଟ୍ରେଲିଆ ବ୍ୟାଟର୍‌ ଜାକ୍‌ ୱେଦରାଲ୍‌ଡ ଓ ଦ୍ରୁତ ବୋଲର ବ୍ରେଣ୍ଡନ୍‌ ଡଗେଟଙ୍କୁ ପଦାର୍ପଣ ସୁଯୋଗ ଦେଇପାରେ। କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ୍‌ ସ୍ମିଥ୍‌ ଘରୋଇ ଦଳର ନେତୃତ୍ବ ନେବେ। ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ବରେ ଇଂଲଣ୍ଡ ଶୃଙ୍ଖଳାରେ ପ୍ରାରମ୍ଭିକ ଅଗ୍ରଣୀ ଆଶାରେ ରହିଛି।

Advertisment

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଉସ୍‌ମାନ ଖୱାଜା, ଜାକ୍‌ ୱେଦରାଲ୍‌ଡ, ମାର୍ନସ ଲବୁସାନ, ଷ୍ଟିଭ୍‌ ସ୍ମିଥ୍‌ (ଅଧିନାୟକ), ‌ଟ୍ରାଭିସ ହେଡ୍‌, କାମେରନ ଗ୍ରିନ୍‌, ଆଲେକ୍ସ କ୍ୟାରି (ୱିକେଟ୍‌ରକ୍ଷକ), ମିଚେଲ୍‌ ଷ୍ଟାର୍କ, ନାଥନ ଲାୟନ, ବ୍ରେଣ୍ଡନ୍ ଡଗେଟ୍, ସ୍କଟ୍‌ ବୋଲାଣ୍ଡ୍। ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜୋଫ୍ରା ଆର୍ଚର, ଗସ୍‌ ଆଟ୍‌କିନ୍‌ସନ୍‌, ସୋଏବ ବସିର, ହାରି ବ୍ରୁକ୍‌, ବ୍ରାଏଡନ କାର୍ସ, ଜ୍ୟାକ୍ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜାମି ସ୍ମିଥ୍‌ (ୱିକେଟ୍‌ରକ୍ଷକ), ମାର୍କ ଉଡ୍‌।