ଭାରତୀୟ ଯୁବ ଭଲିବଲ୍ ଦଳରେ ଆଶିଷ

ଭୁବନେଶ୍ବର : ଅଗଷ୍ଟ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଇରାନ୍‌ର ତେହେରାନଠାରେ ଖେଳାଯିବାକୁ ଥିବା ୧୪ତମ ଏସୀୟ ପୁରୁଷ (୧୮ ବର୍ଷରୁ କମ୍‌) ଭଲିବଲ୍ ପ୍ରତିଯୋଗିତା‌ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଆଶିଷ ସ୍ବାଇଁ ସ୍ଥାନ ପାଇଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ପ୍ରଶିକ୍ଷଣ ଶିବିର ଶେଷରେ ମନୋନୀତ ୧୨ ଜଣିଆ ଭାରତୀୟ ଯୁବ ଦଳରେ ଆଶିଷ ସ୍ଥାନ ପାଇଛନ୍ତି। ଶୁକ୍ରବାର ମଧ୍ୟ ଭାରତୀୟ ଦଳ ଭୁବ‌ନେଶ୍ବର ଛାଡ଼ିଛି। ଭାରତୀୟ ଖେଳାଳିମାନଙ୍କୁ ଭିଏଫ୍‌ଆଇ ସଭାପତି ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି। ଶ‌ୁଭେଚ୍ଛା ଜଣାଇବା ଅବସରରେ ଡକ୍ଟର ସାମନ୍ତ ମଧ୍ୟ ଖେଳାଳିମାନଙ୍କୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରିଥିଲେ। ଆଶିଷଙ୍କୁ ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଗଗନେନ୍ଦୁ ଦାଶ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି।

ଭାରତୀୟ ଦଳ: ଖୁସ୍ ସିଂହ, ଶେଖର ତୁରାନ, ଆଦିତ୍ୟ ରାଣା, ନୟନଭାଇ ଧୃବିଲ ପଟେଲ୍, ଲଭି କୁମାର, ଆଶିଷ କୁମାର ସ୍ବାଇଁ, କାର୍ତ୍ତିକ ୟମନ, ଅତୁଲ ସିଂହ, ଅଭିଷେକ, କବିଳନ ମହେନ୍ଦ୍ରନ, ବଲିୟାଁ ଆରିୟନ୍‌। ଅଫିସିଆଲ୍‌: ଜୟ କୁମାର ନଦରାଜନ (ପ୍ରବଂଧକ), ବୀର ସିଂହ ଯାଦବ (ମୁଖ୍ୟ ପ୍ରଶିକ୍ଷକ), ଶୈଳେଶ ଚୌଧୁରୀ (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର