ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ପାଇଁ ଆଶିଷ ନେହେରାଙ୍କୁ ପୁଣି ଥରେ ଆଗାମୀ ବର୍ଷ ପାଇଁ କୋଚ ଦାୟିତ୍ୱ ମିଳିଛି। ସେ ଦକ୍ଷିଣ ଆଫ୍ରିକାର ଗେରୀ କଷ୍ଟର୍ଣ୍ଣଙ୍କ ସହିତ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ଖେଳାଳିମାନଙ୍କୁ କୋଚିଂଙ୍ଗ ଦେବେ। ନେହେରା ୨୦୧୮ ଆଇପିଏଲ୍ ଠାରୁ ଆରସିବି ସହିତ ଜଡ଼ିତ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଶିଷ ନେହେରା କହିଛନ୍ତି, ୨୦୧୮ ଆଇପିଏଲ ଠାରୁ ଆରସିବିର କୋଚିଙ୍ଗ ଟିମ୍ ସହିତ ଜଡ଼ିତ ହେବାକୁ ସୁଯୋଗ ମିଳିଛି। ମୁଁ ଟିମ୍ ପରିଚାଳନା କମିଟିକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ, କୋଚିଙ୍ଗ ନେତୃତ୍ୱ ପଦ ପାଇଁ ମୋର ନାମକୁ ତାଲିକା ଭୁକ୍ତ କରାଯାଇଛି। ମୁଁ ସଫଳତାର ବର୍ଷ ପାଇଁ ଅପେକ୍ଷା କରିଛି ବୋଲି ନେହେରା କହିଛନ୍ତି।
୩୯ ବର୍ଷିଅ ନେହେରା କ୍ରିକେଟ୍ର ସବୁ ଫର୍ମାଟରେ ଖେଳି ସାରିଛନ୍ତି, ଭାରତୀୟ ଟିମ୍ରେ ଖେଳି ନେହେରା ୨ଟି ବିଶ୍ୱକପ୍, ୨ଟି ଏସିଆ କପ୍ ଓ ୩ଟି ଆଇସିସି ଚମ୍ପିଅନସ୍ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି।
ଆରସିବିର ଚେୟାରମ୍ୟାନ ସଞ୍ଜୀବ ଚୁଡିଓ୍ଵାଲା କହିଛନ୍ତି, ନେହେରା ଓ କଷ୍ଟର୍ଣ୍ଣ ଅଧିନାୟକ ବିରାଟ କୋହଲି ମିଶି ଟିମ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବେ। ସେ କହିଛନ୍ତି, ଆରସିବିର ବୋଲିଂ କୋଚି ହୋଇଥିବାରୁ ଆଶିଷ ନେହେରା ବହୁତ ଖୁସି ଅନୁଭବ କରୁଛନ୍ତି। ନେହେରା ଓ କଷ୍ଟର୍ଣ୍ଣ କୋହଲିଙ୍କ ସହିତ ମିଲି ଟିମ୍ ପାଇଁ ଭଲ ପ୍ରଦର୍ଶନ କରିବେ।