ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍, ସେମି‌ରେ ଛତିଶଗଡ଼ ଫରେଷ୍ଟ

ଯାଜପୁରଟାଉନ: ଯାଜପୁରଟାଉନ ବାଳାଶ୍ରମ ପଡ଼ିଆରେ ଚାଲିଥିବା ନବମ ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଚତୁର୍ଥ ଦଳ ଭାବେ ଛତିଶଗଡ଼ ଫରେଷ୍ଟ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲରେ ଏହି ଦଳ ୨ ୱିକେଟ୍‌ରେ ଯାଜପୁର ଏମ୍‌ସିସିକୁ ପରାସ୍ତ କରିଥିଲା।

ଏମ୍‌ସିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା। ଆଲୋକ ରାଜପୁତ (୫୦)ଙ୍କ ଅର୍ଦ୍ଧଶତକ ଓ ଲେଲିନ୍ ବଳଙ୍କ ୪୨ ରନ୍ ବଳରେ ଦଳ ନିର୍ଦ୍ଧାରିତ ୩୦ ଓଭରରେ ୮ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଛତିଶଗଡ଼ ଫରେଷ୍ଟ ଦଳ ପକ୍ଷରୁ ବିଶାଲ୍ ୨୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଜବାବରେ ଛତିଶଗଡ଼ ଫରେଷ୍ଟ ୨୬.୨ ଓଭରରେ ୮ ୱିକେଟ ହରାଇ ୧୯୦ ରନ୍ କରିନେଇଥିଲା। ବୈଭବ (୬୮) ଓ ଭେଙ୍କଟ ରାଜ (୬୯) ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ବେହେରା ପୁରସ୍କୃତ କରିଥିଲେ। ଓସିଏ ଅମ୍ପାୟାର୍ ସତ୍ୟ ରଥ ଓ ରଞ୍ଜନ ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ।

ଜିଲ୍ଲା କ୍ରିକେଟ୍ ସଂଘର ଉପସଭାପତି ଅଭୟ ବଲ୍ଲଭ ପଣ୍ଡା, ସମାଜସେବୀ ଧର୍ମେନ୍ଦ୍ର ସାହୁ, ଲୋକନାଥ ବେହେରା, ମନୋଜ ସାହୁ, ଶୁଭାଶିଷ ରାଉତ, ସେକ୍ ଶାହାଜୁଦ୍ଦିନ୍‌, ଶ୍ରୀଜୟ ମହାପାତ୍ର, ପ୍ରଶାନ୍ତ ସାମଲ, ଗଜେନ୍ଦ୍ର ମିଶ୍ର, ସରିତ୍ ରଞ୍ଜନ ଦାସ, ସଚ୍ଚିଦାନନ୍ଦ ଜେନା, ପାର୍ଥସାରଥି ବେହେରା ପ୍ରମୁଖ ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ। ସ୍କୋରର୍ ଦାୟିତ୍ବ ତୁଲାଇ‌ଥିଲେ ଶୁଭ୍ରାଂଶୁ ଶେଖର ବେହୁରିଆ, ଜଗନ୍ନାଥ ସାମଲ ଓ ସ୍ୱସ୍ତିକ୍ କୁମାର ପହି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର