ଯାଜପୁରଟାଉନ/ସଦର: ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ କଟକକୁ ହରାଇ ବୋକାରୋ ଷ୍ଟାର ଇଲେଭେନ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋକାରୋ ଷ୍ଟାର ଟସ୍ ଜିତି ବ୍ୟାଟିଂ କରି ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହିମାଂଶୁ କୁମାର ୬୦ ରନ୍ ଓ ଅଭିଜିତ୍ ସିଂ ୩୨ ରନ୍ କରିଥିଲେ। ରାଇଜିଂ ଷ୍ଟୁଡେଣ୍ଟର ବୋଲର ଅଭିଷେକ ଗିରି ୭ ଓଭର ବୋଲିଂ କରି ୩୯ ରନ୍ ବିନିମୟରେ ୩ ୱିକେଟ୍, ସିଦ୍ଧାର୍ଥ ସିଂ ୭ ଓଭରରେ ୩୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହାର ଜବାବରେ ରାଇଜିଂ ଷ୍ଟୁଡେଣ୍ଟ କଟକ ୩୧.୨ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୬୧ ରନ୍ କରି ପରାଜିତ ହୋଇଥିଲା।

Advertisment

ଦଳ ପକ୍ଷରୁ ମିତ୍ରଭାନୁ ପଣ୍ଡା ୪୦ ରନ୍ ଓ ସିଦ୍ଧାର୍ଥ ସିହ୍ନା ୩୨ ରନ୍ କରିଥିଲେ। ବୋକାରୋ ଷ୍ଟାର ବୋଲର୍ ଅଭିଜିତ୍ ସିଂହ ୬ ଓଭରରେ ୨୪ ରନ୍ ଦେଇ ୩ଟି ୱିକେଟ ଓ ସାହାନ୍‌ସ ଖାଁ ୪ ଓଭର ବୋଲିଂ କରି ୩୦ ରନ୍ ଦେଇ ୩ ୱିକେଟ ନେଇଥିଲେ। ଅଭିଜିତ୍ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯୁବ ସମାଜସେବୀ ଅଜୟ କୁମାର ନାୟକ ତାଙ୍କୁ ପୁରସ୍କୃତ କରିଥିଲେ। ଅମ୍ପାୟାର ଲଲାଟ କେଶରୀ ନନ୍ଦ ଓ ସତ୍ୟବ୍ରତ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଥିଲେ ଯଯାତି କେଶରୀ ସାମଲ ଓ ଶିବମ୍ ଦାସ। ଯାଜପୁର ଜିଲ୍ଲା କ୍ରିକେଟ୍ ସଂଘ ଓ ମେଲ୍‌ବୋର୍ଣ୍ଣ କ୍ରିକେଟ୍ କ୍ଲବ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଜିଲ୍ଲା କ୍ରିକେଟ୍‌ ସଂଘର କାର୍ଯ୍ୟକାରୀ ସମ୍ପାଦକ ଜ୍ଞାନଚାନ୍ଦ ଦାସ, ଏସ୍‌.କେ. ଇମରାନ୍‌, ସେଖ୍‌. ସାହାଜୁଦ୍ଦିନ୍ ଓ ସୁଶାନ୍ତ ସିଂ, ଦିବାକର କର, ମନୋଜ ସାହୁ, ସଞ୍ଜୟ ବେହେରା, ଆଶିଷ ମହାନ୍ତି, ଶୁଭାଶିଷ ରାଉତ, ସ୍ୱସ୍ତିକ ପହି, ବିଶ୍ୱଜିତ ଦାସ, ସରିତ ରଂଜନ ଦାସ, ପାର୍ଥସାରଥୀ ବେହେରାଙ୍କ ତତ୍ତ୍ବାବଧାନରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।