ଯାଜପୁରଟାଉନ/ସଦର: ଜିଲ୍ଲା କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଯାଜପୁର ବାଳାଶ୍ରମ ପଡ଼ିଆରେ ଅନୁଷ୍ଠିତ ଷଷ୍ଠ ଅଶୋକ ଦାସ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତାର ପଞ୍ଚମ ଦିବସରେ ଖୋର୍ଧା ରେଲବାଇ ବିଜୟ ହାସଲ କରିଛି। ଏହି ଦଳ ଯାଜପୁର ଏମସିସି ଦଳକୁ ୮୪ ରନ୍‌ରେ ପରାସ୍ତ କରିଦେଇଛି। ରେଳବାଇ ଦଳ ନିର୍ଧାରିତ ୩୦ ଓଭରରେ ୫ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା। ସମିର୍ ମହାନ୍ତି ୬୮, ସୁବିତ୍ ବିଶ୍ୱାଳ ୪୨ ଓ ପ୍ରଶାନ୍ତ ସାହୁ ୩୩ ରନ୍ କରିଥିଲେ। ଜବାବରେ ଯାଜପୁର ଦଳ ୨୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୧ ରନ୍ କରିପାରିଥିଲା। ଅମିନ୍ ଇକ୍‌ବାଲ ୫୫ ରନ୍ କରିଥିଲେ। ରେଳବାଇ ଦଳର ପ୍ରଶାନ୍ତ ସାହୁ ୪ ଓଭର୍‌ରେ ୧୭ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ୟାସନ୍ ଇନ୍ଫୋଟେକ୍ ମାଲିକ ରାହାନୁମା କାଦିର୍ ତାଙ୍କୁ ପୁରସ୍କୃତ କରିଥିଲେ। ଶରତ ଜେନା ଓ ଲଲାଟ କେଶରୀ ନନ୍ଦ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ଜଗନ୍ନାଥ ସାମଲ ଓ ଶୁଭ୍ରାଂଶୁ ଶେଖର ବେହୁରିଆ ଥିଲେ। ଗୁରୁବାର କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ସହ ଜାମସେଦପୁର ମୁକାବିଲା ହେବ।