ଏସୀୟ ବାସ୍କେଟ୍‌ବଲ ପାଇଁ ଅଶୋକ ଭାରତୀୟ ଦଳର ପ୍ରବନ୍ଧକ

କଟକ : ଇରାନର ତେହରାନ୍‌ଠାରେ ଆସନ୍ତା ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଫିବା ୧୮ ବର୍ଷରୁ କମ୍‌ ଏସୀୟ ବାସ୍କେଟ୍‌ବଲ ପ୍ରତିଯୋଗିତା ପାଇଁ ଓଡ଼ିଶାର ଅଶୋକ କୁମାର ସାହୁ ଭାରତୀୟ ଦଳର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଅଶୋକ ବର୍ତ୍ତମାନ ଓଡ଼ିଶା ବାସ୍କେଟ୍‌ବଲ ସ˚ଘର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ପ୍ରବନ୍ଧକ ଭାବେ ଭାରତୀୟ ବରିଷ୍ଠ ଦଳ ସହିତ ହଂକଂ ଯାତ୍ରା କରିଥିଲା ବେଳେ କନିଷ୍ଠ ଦଳ ସହିତ କୁଏତ୍‌ ଓ ବା˚ଲାଦେଶ ଯାତ୍ରା କରିଥିଲେ। ଆଗାମୀ ଏସୀୟ ପ୍ରତିଯୋଗିତାରେ ମୋଟ ୧୦ ଦଳ ଅ˚ଶଗ୍ରହଣ କରୁଥିଲା ବେଳେ ଗ୍ରୁପ୍‌ ବି’ରେ ଭାରତ ସହିତ ଚୀନ୍‌ ଓ ଦକ୍ଷିଣ କୋରିଆ ସ୍ଥାନ ପାଇଛନ୍ତି। ଗ୍ରୁପ୍‌-ଏ’ରେ ଈରାନ, ଜାପାନ ଓ ଲେବାନନ୍‌ ଏବଂ ଗ୍ରୁପ୍‌-ସି’ରେ ଚାଇନିଜ୍‌ ତାଇପେ, ଫିଲିପାଇନ୍ସ, ସିରିଆ ଓ କାତାର ସ୍ଥାନ ପାଇଛନ୍ତି। ଅଗଷ୍ଟ ୨୧ ତାରିଖରେ ଭାରତ ପ୍ରଥମ ମ୍ୟାଚ୍‌ରେ ଚୀନ୍‌ ଓ ୨୨ ତାରିଖରେ ଦକ୍ଷିଣ କୋରିଆକୁ ଭେଟିବ। ଅଶୋକଙ୍କୁ ମିଳିଥିବା ଏହି ଦାୟିତ୍ବ ପାଇଁ ଓଡ଼ିଶା ବାସ୍କେଟ୍‌ବଲ ସ˚ଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର