ଅଶୋକ ମିଶ୍ର ପୁଣି ଭାରତୀୟ ଜିମ୍ନାଷ୍ଟିକ୍ସ ଦଳ ପ୍ରଶିକ୍ଷକ

ଭୁବନେଶ୍ବର: ଭାରତୀୟ ଜିମ୍ନାଷ୍ଟିକ୍ସ ଦଳର ପ୍ରଶିକ୍ଷକ ଦାୟିତ୍ବ ପୁଣି ଓଡ଼ିଶାର ଅଶୋକ କୁମାର ମିଶ୍ରଙ୍କୁ ମିଳିଛି। ଜର୍ମାନିର ଷ୍ଟଟଗାର୍ଟରେ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ପୁରୁଷ ଦଳର ପ୍ରଶିକ୍ଷକ ପଦ ଏହି ଅଭିଜ୍ଞ ସାଇ ପ୍ରଶିକ୍ଷକଙ୍କୁ ମିଳିଛି। ଭାରତୀୟ ଦଳ କିନ୍ତୁ ଶୁକ୍ରବାରଠାରୁ ଜର୍ମାନି ଗସ୍ତ କରିଛି। ପୁରୁଷ ଦଳରୋ ଆଶିଷ କୁମାର, ଯୋଗେଶ୍ବର ସିଂହ, ଆଦିତ୍ୟ ରାଣା ରହିଛନ୍ତି। ମହିଳା ଦଳରେ ପ୍ରଣତି ନାୟକ, ପ୍ରଣତି ଦାସ, ବି ଆରୁଣା ସୁଯୋଗ ପାଇଥିବା ବ‌େଳେ ମିନାରା ବେଗମଙ୍କୁ ପ୍ରଶିକ୍ଷକ ଦାୟିତ୍ବ ଅର୍ପଣ କରାଯାଇଛି। ପୁରୀରୁ ନିଜ ପ୍ରଶିକ୍ଷଣ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ପୂର୍ବରୁ ବହୁଥର ଭାରତୀୟ ଦଳକୁ ପ୍ରଶିକ୍ଷଣ ପ୍ରଦାନ କରି ଆସିଛନ୍ତି। ନିମାପଡ଼ା ବ୍ଲକ୍ ତରଡ଼ାପଡ଼ା ଗାଁରେ ମୂଳଅଧିବାସୀ ୫୭ ବର୍ଷୀୟ ଶ୍ରୀ ମିଶ୍ର ପୂର୍ବରୁ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବିବିଧ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ଦଳର ଭାର ସମ୍ଭାଳି ସଫଳତାର ଅନେକ ଫର୍ଦ ଯୋଡ଼ି ସାରିଛନ୍ତି।

ସମ୍ବନ୍ଧିତ ଖବର