ଅଶୋକ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧସଭା

ଭୁବନେଶ୍ୱର: କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ଶନିବାର ଭଞ୍ଜକଳାମଣ୍ଡପସ୍ଥିତ ରାଜ୍ୟ ଜୁଡୋ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ଆୟୋଜିତ ଏହି ନିରାଡମ୍ବର ଶ୍ରାଦ୍ଧସଭାରେ ସମ୍ପାଦକ ସନାତନ ପାଣି ତାଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଶାରେ କ୍ରୀଡ଼ା ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିବାରେ ଅନ୍ୟତମ ଅଗ୍ରଜ ସ୍ୱର୍ଗତ ଅଶୋକ ପଟ୍ଟନାୟକ ରାଜ୍ୟ ସଂଘ ଗଠନରେ ପ୍ରମୁଖ ବ୍ୟକ୍ତି ଥିଲେ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଆଗାମୀ ନଭେମ୍ବର-ଡିସେମ୍ବର ହକି ବିଶ୍ୱକପ୍‌ ସମୟରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ଯୁବ କ୍ରୀଡ଼ା ସାମ୍ବାଦିକ କର୍ମଶାଳାକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ମିଳିଥିବା ସମ୍ପାଦକ ଶ୍ରୀ ପାଣି ସୂଚନା ପ୍ରଦାନ କରିଥିଲେ। ଶ୍ରାଦ୍ଧସଭାରେ ଓଡ଼ିଶା ରାଜ୍ୟ ଜୁଡୋ ସଂଘ (ଓସ୍‌ଜା)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୀତାଞ୍ଜଳି ପଣ୍ଡା ମଧ୍ୟ ସାମିଲ ହୋଇଥିଲେ। ଶ୍ରାଦ୍ଧସଭାରେ କୋଷାଧ୍ୟକ୍ଷ ହିମାଂଶୁପତି ମିଶ୍ର, ଉପ ସଭାପତି ସୁରେଶ ସ୍ୱାଇଁ, ବରିଷ୍ଠ ସଦସ୍ୟ ସୂର୍ଯ୍ୟପ୍ରସାଦ ରଥ, ବିଜୟ ରଣା, ସୁଜିତ ଦାସ, ସଂଜୀବ ବିଶ୍ୱାଳ, ତପନ ସ୍ୱାଇଁ, ଦେବାଶିଷ ସୁନ୍ଦରାୟ, ସନ୍ତୋଷ କୁମାର ମହାନ୍ତି, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ବେଣୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର