ଭାରତୀୟ ଜିମ୍ନାଷ୍ଟିକ୍‌ ଦଳ ସହ ବର୍ମିଂହାମ ଗଲେ ଅଶୋକ

ଭୁବନେଶ୍ବର: ରାଜ୍ୟଗୋଷ୍ଠୀ କ୍ରୀଡ଼ ଲାଗି ଭାରତୀୟ ଜିମ୍ନାଷ୍ଟିକ୍‌ ଦଳ ସହ ପ୍ରଶିକ୍ଷକ ଭାବେ ଓଡ଼ିଆ ପୁଅ ଅଶୋକ କୁମାର ମିଶ୍ର ବର୍ମିଂହାମ ଗସ୍ତ କରିଛନ୍ତି। ଏହି ଦଳ ଲାଗି ୨ ଜଣ ପୁରୁଷ ପ୍ରଶିକ୍ଷକ ରୋହିତ ଜୟସ୍ବାଲ ଓ ଅଶୋକ ନିଯୁକ୍ତ ହୋଇଥିଲେ। ‌ହେଲେ ରୋହିତଙ୍କୁ ବିଏସ୍ଏଫ୍‌ରୁ ଅନୁମତି ନମିଳିବାରୁ ସେ ଏହି ଗସ୍ତ କରି ପାରିନାହାନ୍ତି। ଫଳରେ ଏକମାତ୍ର ପୁରୁଷ ପ୍ରଶିକ୍ଷକ ଭାବେ ଅଶୋକଙ୍କ ଉପରେ ଦାୟିତ୍ବ ବଢ଼ିଯାଇଛି। ବମିଂହାମରେ ଚଳିତ ମାସ ୨୮ ତାରିଖରୁ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜିମ୍ନାଷ୍ଟିକ୍‌ ପ୍ରତ‌ିଯୋଗିତାରେ ଭାରତରୁ ୭ ଜଣ ଖେଳାଳି ପ୍ରତଦ୍ବନ୍ଦ୍ବିତା କରିବେ। ଭାରତୀୟ ଦଳ: ସତ୍ୟଜିତ ମଣ୍ଡଳ, ଯୋଗେଶ୍ବର ସିଂହ, ସୈଫ ତାମ୍ବୋଲି (ପୁରୁଷ), ପ୍ରଣତି ନାୟକ, ଋତୁଜା ନଟରାଜ, ପ୍ରୋତିଷ୍ଟା ସାମତ, ବଭଲୀନ କୌର (ମହିଳା)।

ସମ୍ବନ୍ଧିତ ଖବର