ସର୍ବଭାରତୀୟ ପୁଲିସ୍‌ କ୍ରସ୍‌ କଣ୍ଟ୍ରି, ଅଶୋକଙ୍କୁ ରୌପ୍ୟ

କଟକ: ବିଶାଖାପାଟଣାରେ ଚାଲିଥିବା ୬୭ତମ ସର୍ବଭାରତୀୟ ପୁଲିସ୍‌ ଆକ୍ବାଟିକ୍ସ ଓ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ପଦକ ମିଳିଛି। କନଷ୍ଟେବଳ ଅଶୋକ କୁମାର ଦଣ୍ତସେନା କ୍ରସ୍‌ କଣ୍ଟ୍ରିରେ ରୌପ୍ୟ ପଦକ ଜିତିଛନ୍ତି। ଅଶୋକ ବର୍ତ୍ତମାନ ଅଷ୍ଟମ ସ୍ବତନ୍ତ୍ର ଆଇଆର‌୍‌ ବାଟାଲିଅନ୍‌ରେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ପାଇଁ ରାଜ୍ୟ ପୁଲିସ୍‌ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଅଶୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତା ୬ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ୮ ତାରିଖରେ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର