ବିଜେତା ଭାରତୀୟ ଦଳରେ ଆଶୁତୋଷ

ବ୍ରହ୍ମପୁର: ମାଲେସିଆରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ ମୁକାବିଲାରେ ଆୟୋଜକ ମାଲେସିଆକୁ ୨-୦ (୩୫-୩୦, ୩୫-୨୦ ପଏଣ୍ଟ) ସେଟ୍‌ରେ ପରାସ୍ତ କରି ଭାରତ ଟ୍ରଫି ହାସଲ କରିଥିଲା। ଭାରତୀୟ ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଏକମାତ୍ର ଖେଳାଳି ବ୍ରହ୍ମପୁରର ଆଶୁତୋଷ ରଥ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର