ଆଶୁତୋଷ ରାଜ୍ୟ ବିଲିୟାର୍ଡ୍ସ ବିଜେତା

ଭୁବନେଶ୍ବର: ଆଶୁତୋଷ ପାଢ଼ୀ ଏଠାରେ ଆୟୋଜିତ ବରିଷ୍ଠ ରାଜ୍ୟ ବିଲିୟାର୍ଡ୍ସ ରୢାଙ୍କିଂ ଚାମ୍ପିଅନ୍‌ସିପ୍‌ରେ ବିଜେତା ହୋଇଛନ୍ତି। ରବିବାର ଫାଇନାଲ୍‌ରେ ଆଶୁତୋଷ ୪-୧ (୬୦-୧୫୧, ୧୫୧-୪୧, ୧୫୧-୬୫, ୧୫୩-୭୭, ୧୫୨-୮୦)ରେ କୁନାଲ ଅଗ୍ରୱାଲଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ରେ କୁନାଲ ଆଗୁଆ ରହିଥିଲେ। ହେଲେ ପ୍ରତ୍ୟାବର୍ତ୍ତନ କରି ଆଶୁତୋଷ ଲଗାତାର ୪ ସେଟ୍‌ରେ ଜିତି ଟ୍ରଫି ନିଜ ନାମରେ କରିଥିଲେ। ଫାଇନାଲ୍‌ ପୂର୍ବରୁ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ୩ ଲେଖା‌ଏଁ ବରିଷ୍ଠ ବିଲିୟାର୍ଡ୍ସ ଟ୍ରଫି ଜିତିଥିଲେ। ଆଜି ଆଶୁତୋଷ ଟ୍ରଫି ଜିତି ଏହି ସଂଖ୍ୟା ୪ରେ ପହଞ୍ଚାଇଥିଲେ। ପୂର୍ବରୁ ଆଶୁତୋଷ ୨୦୧୩, ୨୦୧୫ ଓ ୨୦୧୬ରେ ଟ୍ରଫି ଜିତିଥିଲେ। ସୋମବାରଠୁ ବରିଷ୍ଟ ସ୍ନୁକର ଚାମ୍ପିଅନ୍‌ସିପ୍‌ ଆରମ୍ଭ ହେବ ଏବଂ ଫାଇନାଲ୍‌ ମ୍ୟାଚ୍‌ ୧୪ ତାରିଖରେ ଖେଳାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର