‌ଟେଷ୍ଟ୍‌ ମାନ୍ୟତାରେ ଅଶ୍ବିନ୍‌ ସପ୍ତମ

ଦୁବା‌ଇ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଗୋଟିଏ ସ୍ଥାନ ଉପ‌ରକୁ ଉଠି ସପ୍ତମରେ ପହଞ୍ଚିଛନ୍ତି। ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏହି ସପ୍ତାହରେ ଟେଷ୍ଟ୍‌ରେ ଭଲ କରିଥିବା ଇଂଲଣ୍ଡର ‌ଜନି ବେୟାରିଷ୍ଟୋ ୬, ବାଂଲାଦେଶର ମୋମିନୁଲ ହକ୍‌ ୧୧, ପାକିସ୍ତାନର ୟାସିର ଶାହା ୯ ସ୍ଥାନ ଲମ୍ପ ଦେଇ ଯଥାକ୍ରମେ ଷୋଡ଼ଶ, ଚତୁର୍ବିଂଶ ଏବଂ ଦଶମରେ ରହିଛନ୍ତି।

ସମ୍ବନ୍ଧିତ ଖବର