ଧାୱନଙ୍କ ସହ ନାଚିବାକୁ ଅଶ୍ବିନ ଅମଙ୍ଗ

ନୂଆଦିଲ୍ଲୀ : ଗତ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଥିଲା। ଏହି ବିଜୟ ପରେ ଦିଲ୍ଲୀ ଖେଳାଳିମାନେ ନାଚିବାକୁ ଲାଗିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି। ହେଲେ ଏହି ଭିଡିଓରେ ଏହି ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନାଚିବା ଲାଗି ଅମଙ୍ଗ ହେଉଥିବା ଦେଖାଯାଇଛି। ଶିଖର ଧାୱନ ଓ ପୃଥ୍ବୀ ସ’ ହାତ ଧରାଧରି ‌ନାଚୁଥିଲା ବେଳେ ଅଶ୍ବିନଙ୍କୁ ତାଳ ପକାଇବା ଲାଗି କହୁଛନ୍ତି। ହେଲେ ଅଶ୍ବିନ ତାଳ ଦେବାକୁ ଅମଙ୍ଗ ହେଉଛନ୍ତି ଏବଂ ମୁଁ ଦୁଇ ଥର ନାଚିଛି ବୋଲି ଦଳୀୟ ସାଥୀମାନଙ୍କୁ କହୁଥିବାର ଏହି ଭିଡିଓ ଶୁଣାଯାଉଛି। କିଛି ଦିନ ତଳେ ଦିଲ୍ଲୀ କ୍ୟାପିଟାଲ୍ସର ଦଳୀୟ ସଙ୍ଗୀତ ଉନ୍ମୋଚନ ବେଳେ ହୋଇଥିବା କାନ୍ଧ ପକା ନାଚକୁ ଅଶ୍ବିନଙ୍କ ଭାରି ପସନ୍ଦ ହୋଇଥିଲା। ସେ ଏହି ଗୀତର ତା‌ଳରେ ଦୁଇ ଥର ନାଚିଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। କିନ୍ତୁ ତୃତୀୟ ଥର ନାଚିବାକୁ ଅମଙ୍ଗ ହୋଇଥିଲେ। ଅଶ୍ବିନଙ୍କ ଅମଙ୍ଗ ପରେ ଶିଖରଙ୍କ ସହ ନାଚିବାକୁ ତାଙ୍କୁ ଟ୍ବିଟର୍‌ ମାଧ୍ୟମରେ ଦିଲ୍ଲୀ କ୍ୟାପିଟାଲ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର