ଦୁବାଇ: ୨୦୨୩ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ‌ ଟେଷ୍ଟ୍ କ୍ରିକେଟର୍‌ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସାମିଲ ହୋଇଛନ୍ତି। ୪ ଜଣିଆ ତାଲିକାରେ ଅଶ୍ବିନ ଏକମାତ୍ର ଭାରତୀୟ ଅଛନ୍ତି। ତାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍‌, ଅଷ୍ଟ୍ରେଲିଆର ଉସମାନ ଖୱାଜା, ଟ୍ରାଭିସ୍‌ ହେଡ୍‌ ଏହି ଦୌଡ଼ରେ ରହିଛନ୍ତି। ଏହି ବର୍ଷ ଅଶ୍ବିନ ୭ ଟେଷ୍ଟ୍‌ରୁ ୪୧ ୱିକେଟ୍‌ ଦଖଲ କରିଛନ୍ତି। ବିଶେଷ କରି ବର୍ଡର-ଗାଭାସ୍କର ଟ୍ରଫିରେ ସେ ୩୫ ୱିକେଟ୍‌ ନେଇଥିଲେ। ତୃତୀୟ ଥର ପାଇଁ ସେ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି। ପୂର୍ବରୁ ୨୦୧୬ରେ ସେ ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ପୁରସ୍କାର ପାଇଥିଲେ। ଘରୋଇ ଶୃଙ୍ଖଳାରେ ସେ ଦମ୍‌ଦାର ପ୍ରଦର୍ଶନ ଦେଇଥିଲେ ମଧ୍ୟ ଡବ୍ଲୁଟିସି ଫାଇନାଲ୍‌ ଦଳରେ ସ୍ଥାନ ପାଇନଥିଲେ। ତେବେ ଶ୍ରେଷ୍ଠ ପୁରସ୍କାର ମଧ୍ୟରେ ଦୁଇ ଅଷ୍ଟ୍ରେଲୀୟ ଆଗରେ ଅଛନ୍ତି। ଅଶ୍ବିନ ଡାର୍କ ହର୍ସ ଭାବେ ପୁରସ୍କାର ଜିତିପାରନ୍ତି।