ନୂଆଦିଲ୍ଲୀ: ଚେନ୍ନାଇରେ ଇ˚ଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ପରଠୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଶ˚ସାର ସୁଅ ଛୁଟୁଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ସଫଳତାର ଗାଥାକୁ ପ୍ରଶ˚ସକମାନେ ପୋଷ୍ଟ କରୁଛନ୍ତି। ରନ୍କୁ ବିଚାରକୁ ନେଲେ ଇ˚ଲଣ୍ଡ ବିପକ୍ଷରେ ଏହା ଥିଲା ଭାରତର ବୃହତ ବିଜୟ। ଯଦିଓ ପ୍ରଥମ ଟେଷ୍ଟ୍ରେ ଘରୋଇ ଦଳ ୨୨୭ ରନ୍ରେ ପରାଜିତ ହୋଇଥିଲା, ତଥାପି ଦ୍ବିତୀୟ ମ୍ୟାଚ୍ରେ ୩୧୭ ରନ୍ରେ ଭାରତ ବିଜୟୀ ହେବା ସହ ଗୋଟିଏ ଦିନ ପୂର୍ବରୁ ଖେଳ ସାରିବାରେ ସକ୍ଷମ ହୋଇଥିଲା। ଇ˚ଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ଓ ଭାରତର ପୂର୍ବତନ ଵିକେଟ ରକ୍ଷକ ଅଜୟ ରାତ୍ରା ଭାରତୀୟ ଖେଳାଳିଙ୍କ ଏହି ସଫଳତାର କାହାଣୀକୁ ବାର୍ତ୍ତାଳାପ ମାଧ୍ୟମରେ ଗଣମାଧ୍ୟମ ସହିତ ବାଣ୍ଟିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାନେସରଙ୍କ ଅନୁଯାୟୀ ଏହି ମ୍ୟାଚ ଅବିଶ୍ବସନୀୟ ଥିଲା। ତେବେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପ୍ରଥମ ଟେଷ୍ଟ୍ରେ ଇ˚ଲଣ୍ଡ ଟସ୍ ଓ ମ୍ୟାଚ୍ ଉଭୟ ଜିତିଥିଲା। ଦ୍ବିତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତିବା ସହ ମ୍ୟାଚ୍କୁ ବି ଜିତିପାରିଥିଲା। ତଥାପି କିଛି ପ୍ରଶ˚ସକ ପିଚ୍ର ସ୍ଥିତିକୁ ନେଇ ପ୍ରଶ୍ନ କରିପାରନ୍ତି। କିନ୍ତୁ ଭାରତ ଏହି ପିଚ୍ରୁ ହିଁ ସଫଳତା ପାଇବାର ଥିଲା ବୋଲି ମଣ୍ଟି କହିଛନ୍ତି। ସେହିପରି ରାତ୍ରାଙ୍କ କହିବାନୁସାରେ ପରାଜୟରୁ ପ୍ରତ୍ୟାବର୍ତ୍ତନ କରି ଏଭଳି ବିଜୟ ପାଇବା ପ୍ରଶ˚ସନୀୟ। ଦ୍ବିତୀୟ ଟେଷ୍ଟ୍କୁ ଭାରତ ନିଜ କବ୍ଜାକୁ ନେବ ବୋଲି ଆଶା ଥିଲା। କାରଣ କିଭଳି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିହେବ ତାହା କୋହଲିଙ୍କୁ ଭଲଭାବେ ଜଣା ଏବ˚ ତାହାକୁ ମଧ୍ୟ ସେ କରି ଦେଖାଇଛନ୍ତି। ଏଥିସହ ଇ˚ଲଣ୍ଡକୁ ମଧ୍ୟ ସେ ପ୍ରଶ˚ସା କରିବାକୁ ପଛାଇନାହାନ୍ତି। ଶୃଙ୍ଖଳାରେ ବର୍ତ୍ତମାନସୁଦ୍ଧା ଇ˚ଲଣ୍ଡ ଖେଳାଳିମାନେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ତେବେ ଶେଷରେ ଭାରତୀୟ ଖେଳାଳିମାନେ ସେମାନଙ୍କ ଉପରେ ଭାରି ହୋଇଯାଇଥିବା ରାତ୍ରା କହିଛନ୍ତି।
ଅଲ୍ରାଉଣ୍ଡର୍ ମାନ୍ୟତାରେ ପଞ୍ଚମକୁ ଲମ୍ଫ ମାରିଲେ
ଦୁବାଇ: ଇଂଲଣ୍ଡ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଶତକ ଓ ୮ ୱିକେଟ୍ ସଫଳତା ଅର୍ଜନ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ଆଇସିସି ଟେଷ୍ଟ୍ ଅଲ୍ରାଉଣ୍ଡର୍ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛନ୍ତି। ବୋଲରଙ୍କ ତାଲିକାରେ ସେ ସପ୍ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲି ମଧ୍ୟ ପଞ୍ଚମରେ ସ୍ଥିର ରହିଛନ୍ତି। ଅଲ୍ରାଉଣ୍ଡର୍ ତାଲିକାରେ ଜାସନ୍ ହୋଲ୍ଡର, ରବୀନ୍ଦ୍ର ଜାଦେଜା, ବେନ୍ ଷ୍ଟୋକ୍ସ, ସକିବ୍ ଅଲ୍ ହାସନ ପ୍ରଥମ ୪ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ କୋହଲିଙ୍କ ଉପରେ କେନ୍ ୱିଲିୟମସନ୍, ଷ୍ଟିଭ୍ ସ୍ମିଥ୍, ମାର୍ନସ ଲାବୁସେନ୍, ଜୋ ରୁଟ୍ ପ୍ରଥମ ୪ ସ୍ଥାନରେ ରହିଛନ୍ତି। ଚେନ୍ନାଇ ବିଫଳତା (୨୧ ଓ ୭) ସହିତ ଚେତେଶ୍ବର ପୂଜାରା ଅଷ୍ଟମ ସ୍ଥାନକୁ ଖସିଯାଇଛନ୍ତି।