କୋହ‌ଲିଙ୍କ ପ୍ରତୀକ୍ଷିତ ୱିକେଟ୍ ନେଇ ଅଶ୍ବିନ୍‌ ଖୁସି

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଖେଳିଥିବା ଭାରତୀୟ ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌ ଏକ ବିବାଦୀୟ ଘଟଣା ଉପରୁ ପରଦା ଉଠାଇଛନ୍ତି। ନଭେମ୍ବର ୨ ତାରିଖର ଆର୍‌ସିବି ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ଆଉଟ୍ କରିଥିଲେ ଅଶ୍ବିନ୍‌। ଆଇପିଏଲ୍‌ରେ ଏହା ପ୍ରଥମ ଥର ଘଟିଥିଲା। କିନ୍ତୁ ବୋଲିଂ ଶେଷ କରିବା ପରେ ଅଶ୍ବିନ୍‌ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ପଡିଆ ଛାଡ଼ିବାକୁ ନେଇ ଆର୍‌ସିବି ପ୍ରଶ୍ନ ଉଠାଇଥିଲା। ଏ ‌ନେଇ ବିରାଟ କୋହଲି ଏବଂ ଦିଲ୍ଲୀ କ୍ୟାପଟାଲ୍ସ ମାର୍ଗଦର୍ଶକ ରିକି ପଣ୍ଟିଂଙ୍କ ମଧ୍ୟରେ ବାକ୍ୟ ବିନିମୟ ହୋଇଥିଲା। ଆର୍‌ସିବିର ପ୍ରଶ୍ନର ଉତ୍ତରରେ ଦଳ ପକ୍ଷରୁ କୁହାଯାଇଥିଲା ଆମେ ସେଭଳି ନୁହଁ। ଅଶ୍ବିନ୍ କିନ୍ତୁ ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ କହିଥ‌ିଲେ, ‘ମୋ ପିଠିରେ ଯନ୍ତ୍ରଣା ହେବାରୁ ମୁଁ ଦୌଡ଼ିଥିଲି, ଆପଣ ରିକି ପଣ୍ଟିଂଙ୍କୁ ଜାଣିଥି‌ବେ। ସେ କେବେ ଲଢ଼େଇ ଛାଡ଼ିଦେବାକୁ ଚାହାନ୍ତିନାହିଁ। ଆମେ ବି‌ ସେଭଳି ନୁହଁ’। କୋହଲିଙ୍କ ୱିକେଟ୍‌ ସମ୍ପର୍କରେ ଅଶ୍ବିନ୍ କହିଥିଲେ, ‘ମୁଁ ସବୁବେଳେ ବିରାଟଙ୍କୁ ବୋଲିଂ କରିବାକୁ ପସନ୍ଦ କରେ, ମୋ ବିପକ୍ଷରେ‌ ସେ ସୁଯୋଗ ନିଅନ୍ତି ନାହିଁ। ମହେନ୍ଦ୍ର ସିଂହ ଧୋନି ମଧ୍ୟ ସେଭଳି। ୨୦୧୬ ମସିହାରେ ଅଙ୍କିତ ଶର୍ମା ଏକ କ୍ୟାଚ୍‌ ଛାଡ଼ିବା ପରଠାରୁ ମୁଁ କୋହଲିଙ୍କ ୱିକେଟ୍ ନେବା ସମ୍ଭବ ହୋଇନଥିଲା। ଶେଷରେ ତାଙ୍କ ୱିକେଟ୍ ନେଇଥିବାରୁ ମୁଁ ଖୁସି। ଆମେ ଡ୍ରେସିଂ ରୁମରେ ପରସ୍ପରର ସାଥୀକୁ ଉପଭୋଗ କରିଥାଉ’।

ସମ୍ବନ୍ଧିତ ଖବର