ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଦୁଇ ସଫଳ ସ୍ପିନର ହରଭଜନ ସିଂହ ଏବଂ ଆର ଅଶ୍ବିନଙ୍କ ମଧ୍ୟରେ ତୁଳନା କରି ଅଶ୍ବିନଙ୍କୁ ଅଧିକ କଷ୍ଟକର ବୋଲର ଭାବେ ବର୍ଣ୍ଣନା କରିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର। ସେ କହିଛନ୍ତି ଯେ ସଠିକ୍ ଲାଇନ ଲେନ୍ଥ, ଗତି ଏବଂ ବିବିଧତା ଅଶ୍ବିନଙ୍କୁ ଜଣେ ବିପଜ୍ଜନକ ବୋଲର କରିଥାଏ। ତାଙ୍କୁ ସମ୍ମୁଖୀନ ହେବାକୁ ମୁଁ ପସନ୍ଦ କରି ନଥା’ନ୍ତି। ଭଜିଙ୍କୁ ବୋଲିଂ କରୁଥିବାର ଦେଖିବା ଏକ ମଜାଦାର ଦୃଶ୍ୟ। ଦୁସରା ତଥା ଅଟକିକି ଅସୁଥିବା ବଲ୍ ପାଇଁ ସେ ଜଣେ ବିଶ୍ବସ୍ତରୀୟ ବୋଲର ହୋଇପାରିଥିଲେ। ତେବେ ଅଶ୍ବିନ ତାଙ୍କ ଏକାଗ୍ରତା ଏବଂ ନୂଆ ନୂଆ ବଲ୍ ପକାଇବାର ଦକ୍ଷତା ଲାଗି ଆଗକୁ ନିଶ୍ଚିତ ଭାବେ ଆହୁରି ଅନେକ କୀର୍ତ୍ତିମାନ ସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଅଶ୍ବିନ ମହାନ ଭାରତୀୟ ବୋଲର କପିଳ ଦେବଙ୍କୁ ଟପି ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି।
ଭଜିଙ୍କଠାରୁ ଅଶ୍ବିନ କଷ୍ଟକର: ଗମ୍ଭୀର
/sambad/media/post_attachments/wp-content/uploads/2021/04/Gambhir-farewell3-PTI_571_855.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)