୪୦୦ ଟେ‌ଷ୍ଟ୍‌ ୱିକେଟ୍‌ ନେବାରେ ଅଶ୍ବିନ୍‌ ଦ୍ବିତୀୟ ଦ୍ରୁତତମ

ଦ୍ରୁତତମ ୪୦୦ ୱିକେଟ୍‌, ଅଶ୍ବିନ୍‌ ଚତୁର୍ଥ ଭାରତୀୟ

ଅହମ୍ମଦାବାଦ : ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୪୦୦ ଟେଷ୍ଟ୍‌ ୱିକେଟ୍‌ କ୍ଲବ୍‌ରେ ଗୁରୁବାର ନିଜ ନାମକୁ ଯୋଡ଼ିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ସିଂହଳି କିଂବଦନ୍ତି ସ୍ପିନର ମୁଥୟା ମୁରଲିଧରନ୍‌ (୭୨ ଟେଷ୍ଟ୍‌)ଙ୍କ ପଛକୁ ଦ୍ବିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ୩୪ ବର୍ଷ ବୟସ୍କ ଅଶ୍ବିନ୍‌ ୪୦୦ ୱିକେଟ୍‌ ଦଖଲ ପାଇଁ ୭୭ ଟେଷ୍ଟ୍‌ ଖେଳିଛନ୍ତି। ସେ ମଧ୍ୟ ବିଶ୍ବର ଷଷ୍ଠ ସ୍ପିନର ଏବଂ ଭାରତର ଚତୁର୍ଥ ବୋଲର ଭାବେ ଏହି ସଂଖ୍ୟା ଛୁଇଁଛନ୍ତି। ଗୁରୁବାର ଏଠାରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଜୋଫ୍ରା ଆର୍ଚରଙ୍କୁ ଆଉଟ୍‌ କରି ନିଜର ୪୦୦ତମ ଟେଷ୍ଟ୍‌ ୱିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର