ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ କାଉଣ୍ଟିରେ ଅଶ୍ବିନଙ୍କ ଚମକ, ସମରସେଟ୍‌ ବିପକ୍ଷରେ ୭ ୱିକେଟ୍‌ ‌ନେଲେ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶି‌ଷ୍ଟ ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସରେ ପକ୍ଷରୁ କାଉଣ୍ଟି ପ୍ରତିଯୋଗିତା ଖେଳିଥିବା ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିଆ ଓଭାଲରେ ଚାଲିଥିବା ସମରସେଟ୍‌ ବିପକ୍ଷ ମ୍ୟାଚ୍‌ର ବୁଧବାର ଦ୍ବିତୀୟ ପାଳିରେ ସେ ୫ ୱିକେଟ୍‌ ନେଇ ଫର୍ମରେ ଥିବା ସୂଚନା ଦେଇଛନ୍ତି। ପ୍ରଥମ ପାଳିରେ ବୋଲିଂ ଓପନ୍‌ କରିଥିବା ଅଶ୍ବିନ ଗୋଟିଏ ୱିକେଟ୍‌ ପାଇଥିଲା ବେଳେ ବୁଧବାର ଦ୍ବିତୀୟ ପାଳିରେ ସମରସେଟ୍‌ର ୬ ୱିକେଟ୍‌ ଝାଡ଼ି ଦେଇଥିଲେ। ଷ୍ଟିଭେନ୍‌ ଡେଭିସ, ଟମ ଲାମୋନବାଏ, ଜେମ୍ସ ହିଲଡର୍ଥ, ଜର୍ଜ ବାର୍ଟଲେଟ, ରୋଏଲୋଭ ଭାନ ଡର ମେରୱ ଓ ବେନ୍‌ ଗ୍ରିନ୍‌ଙ୍କ ୱିକେଟ୍‌ ନେଇଥିଲେ ଅଶ୍ବିନ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ପାଳିରେ ୪୨୯ ରନ୍‌ କରିଥିବା ସମରସେଟ୍‌ ଦ୍ବିତୀୟ ପାଳିରେ ୬୯ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା। ଦ୍ବିତୀୟ ପାଳିରେ ଅଶ୍ବିନଙ୍କ ବୋଲିଂ ଚିତ୍ର ଥିଲା ୧୫-୪-୨୭-୬।

ସମ୍ବନ୍ଧିତ ଖବର