ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ଙ୍କ ସହ ପ୍ରଥମ ଦେଖାରେ ଘାବରେଇ ଯାଇଥିଲେ ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍। ନିଜେ ଏହା ସ୍ବୀକାର କରିଛନ୍ତି ଏହି ତାମିଲ ତାରକା। କରୋନା ମହାମାରୀ ପାଇଁ କ୍ରିକେଟର୍ମାନେ ଗୃହାବଦ୍ଧ ଅବସ୍ଥାରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିବା ସହ ବିଭିନ୍ନ ଭାବେ ନିଜକୁ ନିୟୋଜିତ କରୁଛନ୍ତି। ଶନିବାର ଅଶ୍ବିନ୍ ଆରମ୍ଭ କରିଥିବା 'ଆସ୍କଅଶ୍ବିନ୍' କାର୍ଯ୍ୟକ୍ରମ ଅବସରରେ ଏକ ଉତ୍ତର ଦେବାକୁ ଯାଇ ପୂର୍ବତନ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ହେଡେନ୍ଙ୍କୁ ହିଁ ଡରିଥିଲେ ଓ ଘାବରେଇ ଯାଇଥିଲେ ବୋଲି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଅଶ୍ବିନ୍ ଓ ହେଡେନ୍ ଗୋଟିଏ ଆଇପିଏଲ୍ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ପାଇଁ ମଧ୍ୟ ମିଳିତ ଭାବେ ଖେଳିଥିଲେ। ୨୦୦୯ ଏବଂ ୨୦୧୦ରେ ସିଏସ୍କେ ଡ୍ରେସିଂ ରୁମ୍ରେ ଏକାଠି ବିତାଇଥିଲେ। ସିଏସ୍କେ ପାଇଁ ହେଡେନ୍ ୩୨ ମ୍ୟାଚ୍ରୁ ୩୬.୯୦ ହାରରେ ୧୧୦୭ ରନ୍ ସଂଗ୍ରହ କରିଥିଲେ। ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା ୯୩। ଅନ୍ୟପକ୍ଷରେ ଅଶ୍ବିନ୍ ନିଜ ସହରର ଏହି ଦଳ ପାଇଁ ୯୭ ମ୍ୟାଚ୍ ଖେଳି ୯୦ ୱିକେଟ୍ ନେଇଛନ୍ତି। ୨୦୧୧ ସଂସ୍କରଣରେ ସେ ନିଜର ଶ୍ରେଷ୍ଠ ୨୦ ୱିକେଟ୍ ନେଇଥିଲେ। ୨୦୧୦ ଏବଂ ୨୦୧୧ ମସିହାରେ ମଧ୍ୟ ଚେନ୍ନାଇକୁ ଦୁଇ ଥର ବିଜେତା କରାଇବାରେ ଅଶ୍ବିନଙ୍କ ଯୋଗଦାନ ରହିଥିଲା। ଚଳିତ ବର୍ଷ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାର ଥିଲେ ମଧ୍ୟ କରୋନା କାରଣରୁ ଆଇପିଏଲ୍ ବାତିଲ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/dfhsdfhsfh54sfh64sfh84sfh54sfh65sfh465sfh4sf65hhsfhsfshfhsfhf.jpg)