ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଫଟୋସୁଟ୍ ବେଳର ଏକ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ି ଚର୍ଚ୍ଚାକୁ ଆସିଛନ୍ତି ରବିଚନ୍ଦ୍ରନ୍ ଅଶ୍ବିନ୍। ଏକ ଚୁଟି କଟା ସେଲୁନ୍ ଚେୟାର ଉପରେ ଅଶ୍ବିନଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ଦୁଇ ଖେଳାଳି ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍ ମଧ୍ୟ ନିରବରେ ବସିଥିବା ଦେଖିବାକୁ ମିଳିଛି। ଅଶ୍ବିନ୍ ନିଜ ହାତରେ ଏକ ଟିଭି ରିମୋଟ୍ ଧରି ଅସ୍ପଷ୍ଟ ଦୃ୍ଶ୍ୟକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ରାହାଣେ ଆଖିରେ କାକୁଡି ଦୁଇ ଖଣ୍ଡ ରଖିଥିବା ବେଳେ ପନ୍ତ ବେକରେ ଟାୱେଲ ଗୁଡ଼ାଇ ହୋଇ ବସିଛନ୍ତି। କିଛି ସମୟ ପରେ ରିମୋଟ ଦ୍ବାରା କିଛି କରିନହେବାରୁ ଅଶ୍ବିନ ବିରକ୍ତ ହୋଇ ରାହାଣେଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। ସେ କିନ୍ତୁ ହାତ ହଲାଇ ‘ମୁଁ କିଛି ଜାଣିନି’ ସଙ୍କେତ ଦେଉଛନ୍ତି। ଏହା ପରେ ଅଶ୍ବିନ୍ ପନ୍ତ୍ଙ୍କୁ ପଚାରୁଛନ୍ତି। ପନ୍ତ୍ କିନ୍ତୁ ପଛକୁ ଝୁଙ୍କିପଡ଼ି ସମାନ ପ୍ରଶ୍ନ ପଚାରୁଛନ୍ତି।
ଡିସି ଫଟୋସୁଟ୍ରୁ ଅଶ୍ବିନଙ୍କ ମଜାଳିଆ ଭିଡିଓ
/sambad/media/post_attachments/wp-content/uploads/2021/04/f4h4sf9h4f5s6h456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)