ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ସଦସ୍ୟ ରବିଚନ୍ଦ୍ରନ ଅଶ୍ବିନ ବୁଧବାର ରାତିରେ ତାଙ୍କ ଟ୍ବେଣ୍ଟି-୨୦ ଖେଳ ଜୀବନର ସବୁଠୁ ବଡ଼ ସଫଳତା ପାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ବେଳେ ଏହି ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର୍ ନିଜର ପ୍ରଥମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ସେ ୩୭ ବଲରୁ ୫୦ ପୂର୍ଣ୍ଣ କରିଥିଲେ ମଧ୍ୟ ତାଙ୍କ ଦଳ ୮ ୱିକେଟ୍ରେ ହାରିଯାଇଥିଲା। ଅଶ୍ବିନଙ୍କ ଏହି ପାଳିର ଗୋଟିଏ ଘଟଣା କିନ୍ତୁ ଚର୍ଚ୍ଚାରେ ରହିଛି। ରୟାଲ୍ସ ପାଳିର ଦ୍ବାଦଶ ଓଭରରେ ଅଶ୍ବିନ୍ଙ୍କ ବ୍ୟାଟିଂ ଷ୍ଟାନ୍ସ ହିଁ ଭାଇରାଲ୍ ହୋଇଛି। କୁଲଦୀପ ଯାଦବଙ୍କ ବିପକ୍ଷ ଏହି ଓଭରର ଚତୁର୍ଥ ବଲ୍କୁ ଖେଳିବା ପୂର୍ବରୁ ଅଶ୍ବିନ୍ ଏକ ନିଆରା ଷ୍ଟାନ୍ସ ନେଇଥିଲେ। ଅତ୍ୟଧିକ ନଇଁପଡ଼ି ହକି ଷ୍ଟାଇଲ୍ ଢଙ୍ଗରେ ବ୍ୟାଟିଂ କରିଥିଲେ। ଏହାକୁ ଛକା ମାରି ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ରାଜସ୍ଥାନ ରୟାଲ୍ସ ଏହାକୁ ଏକେ ମେମେ ବନାଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟବହାର କରିଛି। ପୂର୍ବତନ କ୍ରିକେଟର୍ ଏସ୍ ବଦ୍ରୀନାଥ କହିଛନ୍ତି ‘ଏହା ଏକ ମଜାଦାର ଷ୍ଟାନ୍ସ’। କିଛି ଟ୍ବିଟର୍ ବ୍ୟବହାରକାରୀ ମଧ୍ୟ ଅଶ୍ବିନ୍ଙ୍କ ଷ୍ଟାନ୍ସକୁ ହକି ସଟ୍ ସହ ତୁଳନା କରି ହାସ୍ୟାରୋଳ ସୃଷ୍ଟି କରିଛନ୍ତି।
ଚର୍ଚ୍ଚାରେ ଅଶ୍ବିନଙ୍କ ହକି ସଟ୍ ଛକା
/sambad/media/post_attachments/wp-content/uploads/2022/05/sf4h6f4h654s65hf4f65fhhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)