ନୂଆଦିଲ୍ଲୀ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଏହା ଶେଷ ବିଶ୍ବକପ୍‌ ହେବାକୁ ଯାଉଛି। ଏଥିପାଇଁ ବିଶ୍ବକପ୍‌ର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି। ଅଶ୍ବିନ ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ବିଶ୍ବକପ୍‌ ଦଳରେ ସ୍ଥାନ ପାଇନଥିଲେ। କିନ୍ତୁ ଅକ୍ଷର ପଟେଲ୍‌ ଆହତ ହେବାରୁ ତାଙ୍କ ବଦଳରେ ତାଙ୍କୁ ଶେଷ ସମୟରେ ଦଳରେ ସାମିଲ କରାଯାଇଥିଲା। ଅଶ୍ବିନ କହିଛନ୍ତି ଯେ, ଜୀବନରେ ଅନେକ ସରପ୍ରାଇଜ୍‌ ଆସିଥାଏ। ଏହି ସ୍ଥାନରେ ପହଞ୍ଚିବି ବୋଲି କେବେ ବି ଭାବିନଥିଲି। ତଥାପି ପରିସ୍ଥିତି ମୋତେ ଏହି ସ୍ଥାନରେ ପହଞ୍ଚାଇଛି।

Advertisment

ଦଳୀୟ ପରିଚାଳନା ଗୋଷ୍ଠୀ ମୋ ଉପରେ ଭରସା ଦେଖାଇଛନ୍ତି। ଏହି ବିଶ୍ବକପ୍‌ରେ ମୋତେ ଉଭୟ ପଟରୁ ବଲ୍‌ ଟର୍ଣ୍ଣ କରିବାକୁ ହେବ ଏବଂ ଏହା ମୁଁ କରିପାରିବି। ବିଶେଷ କରି ଚାପ ସହିତ ନିଜକୁ ଖାପ ଖୁଆଇବା ବଡ଼ ଆହ୍ବାନ ହେବ ବୋଲି ଅଶ୍ବିନ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବିଶ୍ବକପ୍‌ ଇତିହାସରେ ଅଶ୍ବିନ ୧୦ ମ୍ୟାଚ୍‌ ଖେଳିସାରିଛନ୍ତି। ସେଥିରୁ ୨୪.୮୮ ହାରରେ ୧୭ ୱିକେଟ୍‌ ଅକ୍ତିଆର କରିଛନ୍ତି। ବିରାଟ କୋହଲିଙ୍କ ସହିତ ଅଶ୍ବିନ ଅନ୍ୟତମ ଖେଳାଳି ଭାବେ ୨୦୧୧ ବିଶ୍ବକପ୍‌ରେ ମଧ୍ୟ ଖେଳିସାରିଛନ୍ତି।