ଜାହିରଙ୍କୁ ଟପିଲେ ଅଶ୍ୱିନ୍‌

ବେଙ୍ଗାଲୁରୁ: ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟେଷ୍ଟ ପଦାର୍ପଣ କରିଥିବା ଆଫ୍‌ଗାନିସ୍ତାନ ବିପକ୍ଷରେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ମୋଟ ୫ (ପ୍ରଥମ ପାଳିରେ ୪ ଓ ଦ୍ୱିତୀୟ ପାଳିରେ ୧) ୫ ଓ୍ଵିକେଟ୍‌ ଅକ୍ତିିଆର କଲେ। ତେବେ ପ୍ରଥମ ପାଳି ଅବସରରେ ଅଶ୍ୱିନ୍‌ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍‌ ଦଖଲ କରିବାରେ ଜାହିର ଖାନ୍‌ଙ୍କୁ ଟପିଗଲେ। ଆଫ୍‌ଗାନିସ୍ତାନ ଟେଷ୍ଟ ପୂର୍ବରୁ ଜାହିରଙ୍କ ସହ ଅଶ୍ୱିନ୍‌ ଓ୍ଵିକେଟ୍‌ ସଂଖ୍ୟା ସମାନ ଥିଲା। ଜାହିର ୯୨ ଟେଷ୍ଟ ଖେଳି ୩୧୧ ଓ୍ଵିକେଟ୍‌ ନେଇଥିଲେ। ତେବେ ଆଫ୍‌ଗାନିସ୍ତାନ ବିପକ୍ଷ ପ୍ରଥମ ପାଳିରେ ୪ ଓ୍ଵିକେଟ୍‌ ନେବା ପରେ ଅଶ୍ୱିନ୍‌ ଜାହିରଙ୍କୁ ଟପି ଯାଇଥିଲେ। ଅଶ୍ୱିନ୍‌ ଏବେ ୫୮ ଟେଷ୍ଟରୁ ୩୧୬ ଓ୍ଵିକେଟ୍‌ ଅକ୍ତିଆର କଲେ।

ସମ୍ବନ୍ଧିତ ଖବର