ଏସୀୟ ତୀରନ୍ଦାଜି: ଭାରତର ୩ ପଦକ ପକ୍କା

ଢାକା: ଚଳିତ ଏସୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତର ୩ ପଦକ ପକ୍କା ହୋଇଛି। ଭାରତୀୟ ପୁରୁଷ, ମହିଳା ଓ ମିଶ୍ରିତ ଦଳ ଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ତେବେ ଏହି ୩ ବର୍ଗର ସ୍ବର୍ଣ୍ଣ ମୁକାବିଲାରେ ଭାରତ ସମ୍ମୁଖରେ ରହିଛି ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆ। ମଙ୍ଗଳବାର ମହିଳା ସେମିଫାଇନାଲ୍‌ରେ ଅଙ୍କିତା ଭକତ, ମଧୁ ବେଦୱାନ ଓ ରିଦ୍ଧିଙ୍କୁ ନେଇ ଗଠିତ ଭାରତୀୟ ଦଳ ୬-୦ରେ ଭିଏତ୍‌ନାମକୁ ପରାସ୍ତ କରିଥି‌ଲା।

ସେହିପରି କପିଳ, ପ୍ରବୀଣ ଯାଦବ ଓ ପାର୍ଥ ସାଲୁଙ୍କେକୁ ନେଇ ‌ଗଠିତ ପୁରୁଷ ଦଳ ଟ୍ରାଇବ୍ରେକରରେ ବାଂଲାଦେଶକୁ ପରାସ୍ତ କରିଥିଲା। ତୃତୀୟ ଫାଇନାଲିଷ୍ଟ ହେଲେ ଋଷଭ ଯାଦବ ଓ ଜ୍ୟୋତି ସୁରେଖାଙ୍କୁ ନେଇ ଗଠିତ ଭାରତୀୟ କମ୍ପାଉଣ୍ଡ ମିଶ୍ରିତ ଦଳ। ଏହି ଯୋଡ଼ି ୧୫୬-୧୫୪ରେ କାଜଖସ୍ତାନକୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର