ଏସିଆ କପ୍‌: ସେପ୍ଟେମ୍ବର ୧୯ରେ ପାକିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଏସିଆ କପ୍‌ କ୍ରିକେଟ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଏଥିରେ ଭାରତ ତା’ର ଚିରପ୍ରତିନ୍ଦନ୍ଦୀ ପାକିସ୍ତାନକୁ ସେପ୍ଟେମ୍ବର ୧୯ରେ ଭେଟିବ। ସେପ୍ଟେମ୍ବର ୧୫ରୁ ୨୮ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ସେହିଭଳି ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯିବ। ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ସୁପର-୪ ଖେଳାଯିବ।

ଏସିଆ କପ୍‌ ପାଇଁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ଟିକେଟ ମିଳି ସାରିଛି। ଶେଷ ସ୍ଥାନ ପାଇଁ ୟୁଏଇ, ସିଙ୍ଗାପୁର, ଓମାନ, ନେପାଳ, ମାଲେସିଆ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରତିଯୋଗିତା ହେବ।

ଖେଳସୂଚୀ:

ସେପ୍ଟେମ୍ବର ୧୫: ବାଂଲାଦେଶ ବନାମ ଶ୍ରୀଲଙ୍କା(ଦୁବାଇ)
ସେପ୍ଟେମ୍ବର ୧୬: ପାକିସ୍ତାନ ବନାମ କ୍ୱାଲିଫାୟର (ଦୁବାଇ)
ସେପ୍ଟେମ୍ବର ୧୭: ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ(ଆବୁଧାବି)
ସେପ୍ଟେମ୍ବର ୧୮: ଭାରତ ବନାମ କ୍ୱାଲିଫାୟର(ଦୁବାଇ)
ସେପ୍ଟେମ୍ବର ୧୯: ଭାରତ ବନାମ ପାକିସ୍ତାନ (ଦୁବାଇ)
ସେପ୍ଟେମ୍ବର ୨୦: ବାଲାଂଦେଶ ବନାମ ଆଫଗାନିସ୍ତାନ(ଆବୁଧାବି)

ସମ୍ବନ୍ଧିତ ଖବର