ଏସିଆ କପ କ୍ରିକେଟ: ଶ୍ରୀଲଙ୍କା ଆଗରେ ୨୬୨ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆ କପ । ଉଦଘାଟନୀ ମ୍ୟାଚରେ ବାଂଲାଦେଶ ଶ୍ରୀଲଙ୍କାକୁ ଭେଟିଛି । ବାଂଲାଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୬୧ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧ ରନରେ ୨ ଓ୍ଵିକେଟ ହରାଇ ଦଳ ସଂଘର୍ଷ କରୁଥିବାବେଳେ ମୁସଫିକର ରହିମଙ୍କ ଚିତ୍ତାକର୍ଷକ ଶତକ (୧୪୪ ରନ, ୧୫୦ ବଲ) ଓ ମହମ୍ମଦ ମିଥୁନଙ୍କ ୬୩ ରନ (୬୮ ବଲ) ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା ।

ସମ୍ବନ୍ଧିତ ଖବର