ଏସିଆ କପ୍‌ ସୂଚୀ: ପାକିସ୍ତାନ ସହିତ ଭାରତର ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୫ରେ ସଂଯୁକ୍ତ ଆରବ ଇମିରେଟ୍‌(ୟୁଏଇ)ରେ ଏସିଆ କପ୍‌ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଚାଲିବ। ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ହଙ୍ଗକଙ୍ଗ ସମେତ ଆଫଗାନିସ୍ତାନର ଟିମ୍‌ ଅଂଶ ଗ୍ରହଣ କରିବାକୁ ଯାଉଛି। ଗତ ଚମ୍ପିଅନ ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୯ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଏହା ପୂର୍ବରୁ ସେପ୍ଟେମ୍ବର ୧୮ରେ ନିଜର ଅଭିଯାନ ହଙ୍ଗକଙ୍ଗ ସହିତ ଆରମ୍ଭ କରିବ। ‘ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ ଓ ହଙ୍ଗକଙ୍ଗ ଥିବା ବେଳେ ‘ଗ୍ରୁପ-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଅଫଗାନିସ୍ତାନକୁ ସ୍ଥାନ ମିଳିଛି।

ଆଇସିସି ଏସିଆ କପ୍‌ରେ ହଙ୍ଗକଙ୍ଗକୁ ଦିନିକିଆ ଦଳ ପାଇଁ ସ୍ୱୀକୃତି ଦେବାକୁ ନିଷ୍ପତ୍ତି ନେଇଛି। ହଙ୍ଗକଙ୍ଗ ହେଉଛି ଆଇସିସିର ଆସୋସିଏଟ ସଦସ୍ୟ, ଯାହାକୁ କି ଦିନିକିଆ ଦଳର ସ୍ୱୀକୃତି ମିଳି ନାହିଁ କିନ୍ତୁ ନିକଟରେ ନେପାଳକୁ ହରାଇ ଏସିଆ କପ୍‌ରେ ସ୍ଥାନ ପାଇଛି। ଏସିଆ କପ୍‌ରେ ପ୍ରତ୍ୟେକ ଟିମ୍‌ ରାଉଣ୍ଡ ରୋବିନ ଆଧାରରେ ମ୍ୟାଚ୍‌ ଖେଳିବେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦୁବାଇରେ ଖେଳାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ।

ଏସିଆ କପ୍‌-୨୦୧୮

ଗ୍ରୁପ ପର୍ଯ୍ୟାୟ

ସେପ୍ଟେମ୍ବର ୧୫: ବାଂଲାଦେଶ ବନାମ ଶ୍ରୀଲଙ୍କା (ଦୁବାଇ)
ସେପ୍ଟେମ୍ବର ୧୬: ପାକିସ୍ତାନ ବନାମ ହଙ୍ଗ କଙ୍ଗ(ଦୁବାଇ)
ସେପ୍ଟେମ୍ବର ୧୭: ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଆବୁଧାବି)
ସେପ୍ଟେମ୍ବର ୧୮: ଭାରତ ବନାମ ହଙ୍ଗକଙ୍ଗ (ଦୁବାଇ)
ସେପ୍ଟେମ୍ବର ୧୯: ଭାରତ ବନାମ ପାକିସ୍ତାନ (ଦୁବାଇ)
ସେପ୍ଟେମ୍ବର ୨୦: ବାଂଲାଦେଶ ବନାମ ଆଫଗାନିସ୍ତାନ (ଆବୁଧାବି)

ସୁପର-୪

ସେପ୍ଟେମ୍ବର ୨୧: ଗ୍ରୁପ୍‌-ଏ ବିଜେତା ବନାମ ଗ୍ରୁପ-ବି ଉପ ବିଜେତା (ଦୁବାଇ)
ସେପ୍ଟେମ୍ବର ୨୨: ଗ୍ରୁପ୍‌-ବି ବିଜେତା ବନାମ ଗ୍ରୁପ-ଏ ଉପ ବିଜେତା (ଆବୁ ଧାବି)
ସେପ୍ଟେମ୍ବର ୨୩: ଗ୍ରୁପ୍‌-ଏ ବିଜେତା ବନାମ ଗ୍ରୁପ-ଏ ଉପ ବିଜେତା (ଦୁବାଇ)
ସେପ୍ଟେମ୍ବର ୨୩: ଗ୍ରୁପ-ବି ବିଜେତା ବନାମ ଗ୍ରୁପ-ବି ଉପ ବିଜେତା (ଆବୁଧାବି)
ସେପ୍ଟେମ୍ବର ୨୫: ଗ୍ରୁପ୍‌-ଏ ବିଜେତା ବନାମ ଗ୍ରୁପ-ବି ବିଜେତା (ଦୁବାଇ)
ସେପ୍ଟେମ୍ବର ୨୬: ଗ୍ରୁପ୍‌-ଏ ଉପ ବିଜେତା ବନାମ ଗ୍ରୁପ-ବି ଉପ ବିଜେତା (ଆବୁଧାବି)
ସେପ୍ଟେମ୍ବର ୨୮: ଫାଇନାଲ୍‌ (ଦୁବାଇ)

ସମ୍ବନ୍ଧିତ ଖବର