ଦୁବାଇ: ଟିମ୍ ଇଣ୍ଡିଆ ଶୁକ୍ରବାର ଏସିଆ କପ୍ ୨୦୧୮ ଫାଇନାଲ ମୁକାବିଲାରେ ବାଂଲାଦେଶକୁ ୩ ଓ୍ଵିକେଟ୍ରେ ପରାସ୍ତ କରି ୭ମ ଥର ଚାମ୍ପିଅନ ହୋଇଛି। ଭାରତ ଏହା ପୂର୍ବରୁ ୧୯୮୪, ୧୯୮୮, ୧୯୯୦/୯୧, ୨୦୦୫, ୨୦୧୦ ଓ ୨୦୧୬ରେ ଏସିଆ କପ୍ର ଅଧିକାରୀ ହୋଇଥିଲା। ଦୁବାଇ ଓ ଆବୁଧାବିରେ ଖେଳାଯାଇଥିବା ଏସିଆ କପରେ ଏଥର ବ୍ୟାଟ ଓ ବଲ ମଧ୍ୟରେ ରୋମାଞ୍ଚକର ଟକ୍କର ଦେଖିବାକୁ ମିଳିଥିଲା। କିଛି ଖେଳାଳି ନିଜ ପ୍ରଦର୍ଶନ ବଳରେ ଟୁର୍ଣ୍ଣାମେଣ୍ଟରେ ଅଧିକ ପରିଚିତ ହୋଇ ପାରିଛନ୍ତି। ଭାରତୀୟ ବ୍ୟାଟସ୍ମ୍ୟାନ ଶିଖର ଧାଓ୍ଵନ ସର୍ବାଧିକ ୩୪୨ ରନ୍ ସଂଗ୍ରହ କରି ‘ମ୍ୟାନ୍ ଅଫ୍ ଦ ସିରିଜ’ ପୁରସ୍କାର ଗ୍ରହଣ କରିଛନ୍ତି। ଏସିଆ କପ୍ର ଅନ୍ୟତମ ବିଶିଷ୍ଟ ଖେଳାଳିଙ୍କ ସଂପର୍କ ଏହି ରିପୋର୍ଟ ପ୍ରସ୍ତୁତ।
Sambad is now on WhatsApp
Join and get latest news updates delivered to you via WhatsApp
ଏସିଆ କପ୍ରେ ଶ୍ରେଷ୍ଠ ୫ ଜଣ ବ୍ୟାଟସ୍ମ୍ୟାନଙ୍କ ତାଲିକା
୧) ଶିଖର ଧାଓ୍ଵନ (ଭାରତ): ୩୪୨ ରନ୍, ୧୨୭ ସର୍ବାଧିକ
୨) ରୋହିତ ଶର୍ମା (ଭାରତ): ୩୧୭ ରନ୍, ୧୧୧ ସର୍ବାଧିକ
୩) ମୁଶିଫକୁର ରହିମ (ବାଂଲାଦେଶ): ୩୦୨ ରନ୍, ୧୪୪ ସର୍ବାଧିକ
୪) ମହମ୍ମଦ ସାହଜାଦ (ଆଫଗାନିସ୍ତାନ): ୨୬୮ ରନ୍, ୧୨୪ ସର୍ବାଧିକ
୫) ହସମତୁଲ୍ଲା ସାହିଦ (ଆଫଗାନିସ୍ତାନ): ୨୬୩ ରନ୍, ୯୭ ସର୍ବାଧିକ
ଏସିଆ କପ୍ରେ ଶ୍ରେଷ୍ଠ ୫ ଜଣ ବୋଲରଙ୍କ ତାଲିକା
୧) ରସିଦ ଖାନ (ଆଫଗାନିସ୍ତାନ): ୫ ମ୍ୟାଚ, ୧୦ ଓ୍ଵିକେଟ୍
୨) ମୁସ୍ତାଫିଜୁର ରହମାନ (ବାଂଲାଦେଶ): ୫ ମ୍ୟାଚ, ୧୦ ଓ୍ଵିକେଟ୍
୩) କୁଲଦୀପ ଯାଦବ (ଭାରତ): ୬ ମ୍ୟାଚ, ୧୦ ଓ୍ଵିକେଟ୍
୪) ଯଶପ୍ରୀତ ବୁମରା (ଭାରତ): ୪ ମ୍ୟାଚ, ୮ ଓ୍ଵିକେଟ୍
୫) ରବୀନ୍ଦ୍ର ଜାଦେଜା (ଭାରତ): ୪ ମ୍ୟାଚ, ୭ ଓ୍ଵିକେଟ୍