ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଅପରେସନ ସିନ୍ଦୂର ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାର ପ୍ରଭାବ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।
ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। । ସାଧାରଣତଃ ଏହି ଅବସରରେ ଉଭୟ ଅଧିନାୟକ ହାତ ମିଳାଇଥାନ୍ତି, କିନ୍ତୁ ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇବାକୁ ସିଧାସଳଖ ମନା କରିଦେଇଥିଲେ। କେବଳ ଏତିକି ନୁହେଁ ମ୍ୟାଚରେ ବିଜୟୀ ହେବାପରେ ଭାରତୀୟ ଦଳ ପାକିସ୍ତାନର କୌଣସି ଖେଳାଳିଙ୍କ ସହ ହାତ ନମିଳାଇ ସିଧାସଳଖ ନିଜନିଜ ଡ୍ରେସିଂ ରୁମକୁ ଚାଲି ଯାଇ ଦ୍ବାର ବନ୍ଦ କରି ଦେଇଥିଲେ।
ଭାରତୀୟ ଖେଳାଳିମାନେ ଖେଳ ଆରମ୍ଭ ଓ ଶେଷ ସମୟରେ ହାତ ନମିଳାଇବା ଘଟଣାକୁ ନେଇ ପାକିସ୍ତାନ ନିରାଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ପାକିସ୍ତାନ ଟିମର ମ୍ୟାନଜର ନବୀଦ ଅଖତର ଚିମାବ ଭାରତୀୟ ଦଳର ଏଭଳି ଅନୁଚିତ ବ୍ୟବହାରକୁ ବିରୋଧ କରିବା ସହିତ ମ୍ୟାଚ ରେଫ୍ରିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି କି ମ୍ୟାଚ ସମୟରେ ନୋ ହ୍ୟାଣ୍ଡସେକ ପାଇଁ ଭାରତୀୟ ଟିମ ବିରୋଧରେ ଆକସନ ହେବ କି?
ଆପଣମାନଙ୍କୁ ଜଣାଇଦେବାକୁ ଚାହିଁବୁ କି ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ଆଇସିସି) ନିୟମରେ ହାତ ମିଲାଇବା ଜରୁରୀ ଏକଥା ଉଲ୍ଲେଖ ନାହିଁ। ତେଣୁ ଏହି ଘଟଣାରେ ମ୍ୟାଚ ବ୍ୟାନ କରିବା, ଜରିମାନା ଲାଗୁ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ। ଖେଳ ଆରମ୍ଭ ଓ ଶେଷ ସମୟରେ ପଡ଼ିଆକୁ ଓହ୍ଲାଇଥିବା ଦୁଇଦେଶର ଖେଳାଳିମାନେ କେବଳ ଭାବନାକୁ ଦୃଷ୍ଟିରେ ରଖି ହାତ ମିଳାଇ ଥାଆନ୍ତି। ଏହି ପରମ୍ପରା କ୍ରିକେଟ ସମେତ ଅନ୍ୟ ଖେଳମାନଙ୍କରେ ବି ଦେଖିବାକୁ ମିଳିଥାଏ।
ଯଦି ଖେଳାଳି ଜାଣିଶୁଣି ହାତ ନମିଳାନ୍ତି ତେବେ ଏହା ଖେଳର ଭାବନା ବିରୋଧୀ ହୋଇଥାିଏ। ଆଇସିସିର ଆଚାର ସଂହିତା ଅନୁଚ୍ଛେଦ ୨.୧.୮ ଅନୁସାରେ ଏମିତି ଆଚରଣ ଖେଳର ଭାବନା ବିରୋଧୀ ହେବା ସହିତ ଖେଳ ପ୍ରତିଷ୍ଠା ଉପରେ ପ୍ରଭାବ ପକାଇଥାଏ। ଯାହାକୁ ଦୁଇଟି ସ୍ତରରେ ବିଭକ୍ତ କରାଯାଇଛି।
ସ୍ତର-୧ ଅପରାଧ ପାଇଁ ଚେତାବନୀ ଦେଇ ଛଡ଼ାଯାଇପାରେ। ନଚେତ ୨୦୦୦ଡଲାର ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ। ସେହିପରି ସ୍ତର-୨ ଅନୁଯାୟୀ, ମ୍ୟାଚ ଫିସର ୧୦୦ ପ୍ରତିଶତ ଜରିମାନା ଲାଗୁ ସହିତ ଡିମେରିଟ ପଏଣ୍ଟ ମିଳିପାରେ। କୌଣସି ଖେଳାଳିଙ୍କ ଖାତାରେ ୨୪ମାସ ଭିତରେ ଚାରିରୁ ଅଧିକ ଡିମେରିଟ ପଏଣ୍ଟ ଜମା ହେଲେ କିଛି ମ୍ୟାଚ ଖେଳିବା ନେଇ ବ୍ୟାନ ଲାଗୁ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/15/new-project-7-1-2025-09-15-14-17-28.jpg)