ସାର୍‌ଜା: ଭାରତୀୟ କନିଷ୍ଠ ତୀରନ୍ଦାଜମାନେ ଏଠାରେ ଚାଲିଥିବା ଏସିଆ କପ୍‌ ତୃତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ୯ ପଦକ ଅମଳ କରିଛନ୍ତି। ଏଥିରେ ୫ ସ୍ବର୍ଣ୍ଣ ସହିତ ୩ ରୌପ୍ୟ ଓ ୧ କାଂସ୍ୟ ସାମିଲ ରହିଛି। ସବୁଠୁ ଅଧିକ ପଦକ କମ୍ପାଉଣ୍ଟ ବର୍ଗରୁ ମିଳିଛି। ଏହି ବର୍ଗରେ ମୋଟ ୮ ପଦକ ମଧ୍ୟରୁ ଭାରତ ୭ ପଦକ ନେଇଯାଇଛି। ବିଶେଷକରି ବ୍ୟକ୍ତିଗତ ମହିଳା ବର୍ଗରେ ଭାରତ କ୍ଲିନ୍‌ ସୁଇପ୍‌ କରିଛି। ପ୍ରଗତି, ଅଦିତି ସ୍ବାମୀ ଓ ପ୍ରଣିତ କୌର ଏହି ବର୍ଗରେ ଶୀର୍ଷ ୩ ସ୍ଥାନ ମାଡ଼ି ବସିଛନ୍ତି।

Advertisment

କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ପ୍ରିୟାଂଶ ଓ ଓଜାସ୍‌ ଦିଓତାଲେ ମଧ୍ୟ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଅର୍ଜନ କରିଛନ୍ତି। ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜମାନେ ଉଭୟ ପୁରୁଷ ଓ ମହିଳା ଦଳଗତ ବର୍ଗରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଉଭୟ ଦଳ ସ୍ବର୍ଣ୍ଣ ମୁକାବିଲାରେ କୋରିଆକୁ ପରାସ୍ତ କରିଥିଲେ। ସେହିପରି ରିକର୍ଭ ବର୍ଗରେ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ହାସଲ କରିଛି। ଆକାଶ ମ୍ରିନାଲ ଚୌହାନ ଓ ପାର୍ଥ ସାଲୁଙ୍କେଙ୍କୁ ନେଇ ଗଠିତ ପୁରୁଷ ଦଳ କୋରିଆକୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲା ବେଳେ ତିଷା ପୂନିଆ ଓ ସାଲୁଙ୍କେ ଚାଇନିଜ୍‌ ତାଇପେଠୁ ହାରି ରିକର୍ଭ ମିଶ୍ରିତ ଦଳ ପାଇଁ ରୌପ୍ୟ ଜିତିଥିଲେ।