ଆବୁ ଧାବି : ଆବୁ ଧାବିଠାରେ ଆଜିଠାରୁ ଆରମ୍ଭ ହୋଇଛି ଏସିଆ କପ୍ । ପ୍ରଥମ ମ୍ୟାଚ ହଂକଂ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୮ ରନ କରିଥିଲା । ଏହା ଫଳରେ ହଂକଂ ଆଗରେ ୧୮୯ ରନର ଲକ୍ଷ୍ୟ ରହିଛି । ସର୍ବଶେଷ ସୂଚନା ଅନୁସାରେ ହଂକଂ ମାତ୍ର ୧୬ ରନରେ ୩ଟି ଓ୍ବିକେଟ ହରାଇଛି ।
ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସେଦିକୁଲ୍ଲା ଅଟଲ୍ ୭୩ ରନ କରିଥିବାବେଳେ ଅଜମାତୁଲ୍ଲା ୫୩ ରନ ଓ ମହମ୍ମଦ ନବି ୩୩ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ହଂକଂ ପକ୍ଷରୁ ଆୟୁଷ ଶୁକ୍ଳା ଓ କିଞ୍ଚିତ୍ ଶାହ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅତିକ ଇକବାଲ ଓ ଏହସାନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/09/g0aes-rxyaaaq_c-2025-09-09-22-31-22.jpg)