ଏସିଆ କପ୍ କ୍ରିକେଟ୍ : ଅଗଷ୍ଟ ୨୮ରେ ଭାରତ-ପାକ୍ ଲଢେଇ

ନୂଆଦିଲ୍ଲୀ : ଚଳିତ ମାସରେ ୟୁଏଇରେ ହେବାକୁ ଥିବା ଏସିଆ କପ କ୍ରିକେଟ ନିମନ୍ତେ ଖେ​ଳସୂଚୀ ଘୋଷଣା କରାଯାଇଛି । ବିସିସିଆଇ ସଚିବ ଜୟ ଶାହା ଏହି ଖେଳସୂଚୀକୁ ଟୁଇଟ କରି ଘୋଷଣା କରିଛନ୍ତି ।

ଅଗଷ୍ଟ ୨୭ ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ । ଏହାର ପର ଦିନ ଅର୍ଥାତ ଅଗଷ୍ଟ ୨୮ରେ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅନୁଷ୍ଠିତ ହେବ । ଦୁବାଇଠାରେ ହେବାକୁ ଥିବା ଏହି ମ୍ୟାଚ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ଏକ କ୍ବାଲିଫାୟର ଟିମ ରହିଛନ୍ତି । ଗ୍ରୁପ-ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି । ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ରେ ଦୁବାଇଠାରେ ଖେଳାଯିବ । ପ୍ରତି ଗ୍ରୁପରୁ ୨ଟି ଦଳ ସୁପର-୪ ରାଉଣ୍ଡରେ ଖେଳିବେ । ଏହି ରାଉଣ୍ଡରେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ହେବାର ସମ୍ଭାବନା ରହିଛି ।

Image

ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବ ଓ ଏଥିରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭାଗ ନେବେ । ଏହା ପୂର୍ବରୁ ଶ୍ରୀଲଙ୍କାରେ କରାଯିବାକୁ ଧାର୍ଯ୍ୟ ହୋଇଥିଲେ ବି ସେଠାରେ ଚାଲିଥିବା ଅସ୍ଥିରତା ଯୋଗୁଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲା । ଏହାପରେ ୟୁଏଇରେ ଏହାକୁ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

 

ସମ୍ବନ୍ଧିତ ଖବର