ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଉଥିବା ଏସିଆ କପ ଫାଇନାଲରେ ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ କରି ଅଲଆଉଟ ହୋଇଯାଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା । ପାକିସ୍ତାନର ଦୁଇ ଓପନର ଫକର ଜମାନ ଓ ସାହିବଜାଦା ଫରହାନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୪ ରନ ଯୋଡ଼ିଥିଲେ । ଫରହାନ ୫୭ ରନ କରିଥିବାବେଳେ ଜମାନ ୪୬ ରନ କରିଥିଲେ। କିନ୍ତୁ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ବରୁଣ ଚକ୍ରବର୍ତ୍ତି । ସେ ଫରହାନଙ୍କୁ ଆଉଟ କରିଥିଲେ । ଏହା ପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲେ । ୩ୟ ସ୍ଥାନରେ ଆସିଥିଲା ସଲିମ ଆୟୁବ ୧୪ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ ।
ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/28/pak-2025-09-28-21-47-02.jpg)